www.samajalive.in
Saturday, December 6, 2025
14.1 C
Bhubaneswar

ସୁଆଦିଆ ଡ଼ାଲ୍‍ ଫ୍ରାଏ

ଆବଶ୍ୟକ ସାମଗ୍ରୀ
ହରଡ଼ ଡ଼ାଲି – ୧କପ
ବୁଟ ଡ଼ାଲି – ୧ କପ ରୁ କମ
ଲୁଣ – ଆବଶ୍ୟକ ପରିମାଣରେ
ଅଦାରସୁଣ ବଟା – ୨ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଘିଅ – ୪ ଚାମଚ
ଡ଼ାଲଚିନି ଖଣ୍ଡ – ଅଳ୍ପ
ଜିରା – ଅଳ୍ପ
କଟା ପିଆଜ – ୧ଟି
କଟା କଞ୍ଚା ଲଙ୍କା – ୨ଟି
କଟା ଟମାଟୋ – ୧ଟି
ଲଙ୍କା ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଧନିଆପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ହରଡ଼ ଡ଼ାଲି ଓ ବୁଟ ଡ଼ାଲିକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ ଏକ କୁକରରେ ହରଡ଼ ଡ଼ାଲି ଓ ବୁଟ ଡ଼ାଲିକୁ ଚାରି କପରେ ପାଣିରେ ଲୁଣ, ଅଦାରସୁଣ ବଟା, ହଳଦୀ ଗୁଣ୍ଡ ପକାଇ ଗ୍ୟାସରେ ବସାଇ ଦିଅନ୍ତୁ। ୪ରୁ ୫ଟି ସିଟି ହେବା ଯାଏଁ କୁକରକୁ ଗ୍ୟାସରେ ବସାନ୍ତୁ। ୪ ରୁ ୫ଟି ସିଟି ହେବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ଜିରା, ଡ଼ାଲଚିନି ପକାଇ କିଛି ସମୟ ପରେ ଅଦାରସୁଣ ବଟା ଓ କଟା ପିଆଜ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ କଟା କଞ୍ଚା ଲଙ୍କା, ଟମାଟୋ ପକାଇ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା ପକାଇ କିଛି ସମୟ କଷନ୍ତୁ। ଏବେ ଏଥିରେ ସିଝାଇଥିବା ଡ଼ାଲି ପକାଇ ଗୋଳାଇ ଦିଅନ୍ତୁ। ୫ ମିନିଟ ଭଲ ଭାବେ ଫୁଟାନ୍ତୁ। ଫୁଟିବା ପରେ ଏଥିରେ ଅଳ୍ପ ବଟର ଓ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଡ଼ାଲ୍‍ ଫ୍ରାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories