www.samajalive.in
Sunday, December 7, 2025
26.1 C
Bhubaneswar

ବଟର ଚିକେନ ବର୍ଗର

ଆବଶ୍ୟକ ସାମଗ୍ରୀ
ବର୍ଗର ପାଉଁରୁଟି – ୨ଟି
ଚିକେନ – ୨କପ
ଚିଜ – ଆବଶ୍ୟକ ପରିମାଣରେ
ଗୋଲ ଆକୃତିର କଟା ପିଆଜ – ୧ଟି
ମିଓନିଜ – ୧ଚାମଚ
ଟମାଟୋ ସସ – ୧ ଚାମଚ
ରସୁଣ ବଟା – ୧ଚାମଚ
ବଟର – ୧ ଚାମଚ
ପିଆଜ ବଟା – ୧ଚାମଚ
ପେଷା ହୋଇଥିବା କଞ୍ଚାଲଙ୍କା – ୧ଚାମଚ
ଅଦା ରସୁଣ ବଟା – ୧ ଚାମଚ
ପେଷା ଟମାଟୋ – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଚିନି – ଅଳ୍ପ
କାଜୁ ବଟା – ଅଳ୍ପ
ଗରମ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଛୋଟ ଛୋଟ ଖଣ୍ଡ କରି ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ବଟର ଗରମ କରନ୍ତୁ। ପିଆଜ, ଲଙ୍କା , ଅଦାରସୁଣ ବଟା ପକାଇ ଭଲଭାବେ କଷନ୍ତୁ। କଷିବା ପରେ ଏଥିରେ ଚିକେନକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଏଥିରେ ପେଷା ଟମାଟୋ ପକାଇ କଷନ୍ତୁ। କିଛି ସମୟ କଷିବା ପରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଚିନି ମିଶାନ୍ତୁ।ଏବେ ଏଥିରେ କାଜୁ ବଟା ପକାଇ ପୁଣି ଭଲଭାବେ ଗୋଳାନ୍ତୁ। ଗରମ ମସଲା, ଲୁଣ ପକାଇ ଭଲ ଭାବେ କଷି ଦିଅନ୍ତୁ। ଏବେ ଏହି ପେଷ୍ଟକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ ବର୍ଗର ପାଉଁରୁଟିକୁ ଦୁଇ ଫାଳ କରି ପ୍ରଥମ ଫାଳରେ ରସୁଣ ବଟା, ପ୍ରସ୍ତୁତ ମସଲା ପେଷ୍ଟକୁ ଭରନ୍ତୁ। ମସଲା ଭରିବା ପରେ ଟମାଟୋ ସସ , ମିଓନିଜ ଲଗାନ୍ତୁ। ମିଓନିଜ ଲଗାଇବା ପରେ କଟା ପିଆଜ, ଚିଜ ରଖି ପାଉଁରୁଟିର ଅନ୍ୟ ଏକ ଫାଳ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଚିକେନ ବର୍ଗର। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories