www.samajalive.in
Sunday, December 7, 2025
26.1 C
Bhubaneswar

ମକା ଟୋଷ୍ଟ

ଆବଶ୍ୟକ ସାମଗ୍ରୀ
ସିଝା ମକା – ଆବଶ୍ୟକ ପରିମାଣରେ
ପାଉଁରୁଟି – ୮ଟି
କ୍ଷୀର – ୧କପ
ଚିଜ – ୧୦୦ ଗ୍ରାମ
କଟା ପିଆଜ – ୨ଟି
ବଟର – ୧୦୦ ଗ୍ରାମ
ଦହି – ୧କପରୁ ସାମାନ୍ୟ କମ
କଟା ଅଦା – ଅଳ୍ପ
କଟା କଞ୍ଚା ଲଙ୍କା – ୩ଟି
ଲୁଣ – ସ୍ୱାଦ ଅନୁସାରେ
ଟମାଟୋ ସସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ କଡ଼େଇ ବସାଇ ଏଥିରେ ବଟର ଗରମ କରନ୍ତୁ। ବଟର ଗରମ ହେବା ପରେ ଏଥିରେ ଅଳ୍ପ ଜିରା ପକାନ୍ତୁ। ଜିରା ପକାଇବା ପରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ଭାଜି ହେବା ପରେ କଞ୍ଚାଲଙ୍କା, ଅଦା, ସିଝା ମକା ପକାଇ ଭାଜନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟିଲେ ଏଥିରେ ଦହି, ଲୁଣ, ଚିଜ ପକାଇ ୫ ରୁ ୭ ମିନିଟ ଗ୍ୟାସରେ ବସାନ୍ତୁ। ଏହାପରେ ଗ୍ୟାସରେ ତାୱା ବସାଇ ପାଉଁରୁଟିକୁ ବଟରରେ ଅଳ୍ପ ସେକନ୍ତୁ। ଏବେ ଏହି ପାଉଁରୁଟି ଉପରେ ପୂର୍ବରୁ ପ୍ରସ୍ତୁତ ଭଜା ଓ କ୍ଷୀରର ମିଶ୍ରଣ ପକାଇ ଏକ ପାତ୍ର ଘୋଡ଼ାଇ ଗ୍ୟାସରେ ୨ ମିନିଟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ମକା ଟୋଷ୍ଟ। ଟମାଟୋ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories