www.samajalive.in
Sunday, December 7, 2025
26.1 C
Bhubaneswar

ରାଜସ୍ଥାନର ରାଜ-କଚୋଡ଼ୀ

ଆବଶ୍ୟକ ସାମଗ୍ରୀ
ମଇଦା – ୨୫୦ ଗ୍ରାମ
ସିଝା ଆଳୁ – ୨ଟି
ସିଝା ବୁଟ – ୩୦୦ ଗ୍ରାମ
ବେସନ – ୧୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ଅନୁସାରେ
ଗରମ ମସଲା – ଅଳ୍ପ
ଦହି – ୫୦୦ ଗ୍ରାମ
ତେନ୍ତୁଳି ରସ – ଅଳ୍ପ
କଞ୍ଚାଲଙ୍କା ବଟା – ଅଳ୍ପ
ଡ଼ାଳିମ୍ବ ମଞ୍ଜି – ଅଳ୍ପ
ଛଣା ସେଉ – ଅଳ୍ପ
କଟା ଧନିଆ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲୁଣ ପକାଇ ମଇଦାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏହାପରେ ବେସନରେ ଅଳ୍ପ ତେଲ, ଲୁଣ ପକାଇ ଚକଟି ଦିଅନ୍ତୁ। ଏବେ ମଇଦାରୁ ଗୋଲ ଆକାରର ଗୁଳା କରି ଓ ବେସନରୁ ଛୋଟ ଛୋଟ ଗୁଳା କରନ୍ତୁ। ମଇଦା ଗୁଳାକୁ ହାତରେ ସାମନ୍ୟ ଚେପଟା କରି ଏହା ମଧ୍ୟରେ ବେସନ ଗୁଳାକୁ ରଖି ବେଲି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ବେଲି ଥିବା ପୁରୀକୁ ଛାଣି ଦିଅନ୍ତୁ। ଏବେ ସିଝା ଆଳୁରେ କଞ୍ଚାଲଙ୍କା, ଲୁଣ, ଗରମ ମସଲା, ଚଣାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାକୁ ଛଣା ହୋଇଥିବା ପୁରୀ ଉପରେ ପକାଇ କଟା ଧନିଆ ପତ୍ର, ଛଣା ସେଉ, ଡ଼ାଲିମ୍ବ ମଞ୍ଜି, ତେନ୍ତୁଳି ରସ ଆଦି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରାଜ-କଚୋଡ଼ୀ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories