www.samajalive.in
Saturday, December 6, 2025
23.1 C
Bhubaneswar

ଚିଜ ପିଜ୍ଜା

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ଖାଇବା ସୋଡ଼ା – ଅଳ୍ପ
ଚିନି – ଆବଶ୍ୟକ ପରିମାଣରେ
ଦହି – ୧କପ ରୁ ସାମାନ୍ୟ କମ
ତେଲ – ଆବଶ୍ୟକ ପରିମାଣରେ
ଅଲିଭ ଅଏଲ – ଅଳ୍ପ
ପିଜ୍ଜା ସସ – ଅଳ୍ପ
କଟା ପିଆଜ – ୨ଟି
କଟା କ୍ୟାପସିକମ – ୧ଟି
ଚିଜ – ଆବଶ୍ୟକ ପରିମାଣରେ
ଇଟାଲିୟନ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ମଇଦା, ଖାଇବା ସୋଡ଼ା, ଲୁଣ, ଚିନି ଓ ଦହି ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଏହାକୁ ନରମ ଭାବେ ଚକଟି ଦିଅନ୍ତୁ। ଚକଟି ସାରିବା ପରେ ୨ ଘଣ୍ଟା ରଖି ଦିଅନ୍ତୁ। ଦୁଇ ଘଣ୍ଟା ପରେ ଏହାକୁ ପୁଣି କିଛି ସମୟ ଚକଟି ଦିଅନ୍ତୁ। ଏବେ ଏହାକୁ ମୋଟା ରୁଟି ଭଳି ବେଲି ଦିଅନ୍ତୁ। ବେଲି ସାରିବା ପରେ ଏଥିରେ ଛୋଟ ଛୋଟ କଣା କରନ୍ତୁ। ଏହାପରେ ବେକିଂ ଟ୍ରେରେ ଚାରିଆଡ଼େ ଅଲିଭ ଅଏଲ ଲଗାଇ ମୋଟା ଆକାରର ବେଲା ହୋଇଥିବା ରୁଟିକୁ ରଖନ୍ତୁ। ଏହା ଉପରେ ପିଜ୍ଜା ସସ ଚାରିଆଡ଼େ ଢାଳନ୍ତୁ। ପିଜ୍ଜା ସସ ଢାଳିବା ପରେ କଟା ପିଆଜ, କ୍ୟାପସିକମ, ଚିଜ ଏହା ଉପରେ ପକାନ୍ତୁ। ଏହାର ଚାରିପାଖରେ ଅଲିଭ ଅଏଲ ଲଗାଇ ୮ ରୁ ୧୦ ମିନିଟ ମାଇକ୍ରୋୱେଭରେ ବସାଇ ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଜ୍ଜା ସସ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories