www.samajalive.in
Saturday, December 6, 2025
26.1 C
Bhubaneswar

ଖୁବ୍‌ଶୀଘ୍ର କକ୍‌ପିଟକୁ ଫେରିପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଖୁବ୍‌ଶୀଘ୍ର କକ୍‌ପିଟକୁ ଫେରିପାରନ୍ତି। ପୁଣି ଥରେ ତାଙ୍କୁ ଯୁଦ୍ଧ ବିମାନ ଉଡ଼ାଇବାକୁ ସୁଯୋଗ ମିଳିବ। କିନ୍ତୁ ଏଥିପାଇଁ ବେଙ୍ଗାଲୁରୁସ୍ଥିତି ଇନଷ୍ଟିଚ୍ୟୁଟ୍‌ ଅଫ ଏରୋସ୍ପେଶ୍‌ ମେଡିସିନ(ଆଇଏଏମ)ରେ ଆଗାମୀ ସପ୍ତାହରେ ତାଙ୍କର କେତେଗୁଡ଼ିଏ ପରୀକ୍ଷା କରାଯିବ। ଆଇଏଏମ ପକ୍ଷରୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିବା ପରେ ୩୫ ବର୍ଷୀୟ ଅଭିନନ୍ଦନଙ୍କୁ କକ୍‌ପିଟରେ ବସିବାକୁ ସୁଯୋଗ ମିଳିବ ବୋଲି ଭାରତୀୟ ବାୟୁସେନାର ୨ ଜଣ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ଅଭିନନ୍ଦନଙ୍କ କ୍ଷେତ୍ରରେ ଯାହା ଘଟିଛି ସେଭଳି ଘଟଣାରେ ପାଇଲଟଙ୍କୁ ବିମାନ ଉଡ଼ାଣ କରିବାକୁ ଚୂଡ଼ାନ୍ତ ଅନୁମତି ଦେବା ପୂର୍ବରୁ ବିଶେଷଜ୍ଞମାନେ ପ୍ରାୟ ୧୨ ସପ୍ତାହ ପର୍ଯ୍ୟନ୍ତ ପାଇଲଟ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଆକଳନ କରନ୍ତି। ସେହି ଆଧାରରେ ମେ ମାସ ​‌ଶେଷ ସୁଦ୍ଧା ଅଭିନନ୍ଦନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାପଡ଼ିଯିବ। କିନ୍ତୁ ଅଭିନନ୍ଦନଙ୍କ ବର୍ତ୍ତମାନର ସ୍ବାସ୍ଥ୍ୟାବସ୍ଥା ଏବଂ ବିମାନ କକ୍‌ପିଟ୍‌କୁ ଫେରିବାକୁ ତାଙ୍କର ଯେପରି ଦୃଢ଼ ଇଚ୍ଛାଶକ୍ତି ରହିଛି ଆମେ ଆଶା କରୁଛୁ ସେ ଖୁବ୍‌ଶୀଘ୍ର ଫେରିବେ।

- Advertisement -

ଗତ ଫେବୃୟାରୀ ୨୭ରେ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଯୁଦ୍ଧ ବିମାନ ମିଗ୍‌-୨୧ ଉଡ଼ାଉଥିବା ଅଭିନନ୍ଦନ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଇତିହାସ ସୃଷ୍ଟି କରିଛନ୍ତି। ମିଗ୍‌-୨୧ ଦ୍ବାରା ଏଫ୍‌-୧୬ ବିମାନ ଖସାଯିବା ଘଟଣା ପ୍ରଥମ ବୋଲି ବିଶେଷଜ୍ଞମାନେ କହିବା ସହ ଅଭିନନ୍ଦନଙ୍କୁ ପ୍ରଶଂସା କରିଛନ୍ତି। ଅଭିନନ୍ଦନଙ୍କ ଏଭଳି କାର୍ଯ୍ୟ ପାଇଁ ଦେଶର ୩ୟ ସର୍ବୋଚ୍ଚ ସାହସିକତା ପୁରସ୍କାର ବୀରଚକ୍ର ଲାଗି ତାଙ୍କ ନାମ ସୁପାରିସ କରାଯାଇପାରେ ବୋଲି ଅଧିକାରୀଦ୍ବୟ କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories