www.samajalive.in
Sunday, December 7, 2025
16.1 C
Bhubaneswar

ଖରାଦିନରେ ଏହି ଖାଦ୍ୟଦ୍ରବ୍ୟରୁ ନିଜକୁ ଦୂରେଇ ରଖନ୍ତୁ

ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ଆମ ଖାଦ୍ୟ ଉପରେ ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ବିଶେଷ ଭାବେ ଖରା ଦିନରେ ସଠିକ ଖାଦ୍ୟପେୟ ନଖାଇବା ଦ୍ୱାରା ଆମକୁ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଖରାଦିନରେ କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ସେହି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ମଧ୍ୟ ଉଚିତ। ଜାଣନ୍ତୁ ଖରା ଦିନରେ କେଉଁ ଖାଦ୍ୟଦ୍ରବ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ….
ଅଧିକ ମସଲାଯୁକ୍ତ ଖାଦ୍ୟ –
ଅଧିକ ମସଲା ଖାଦ୍ୟର ସ୍ୱାଦକୁ ବଢାଇଲେ ମଧ୍ୟ ଖରା ଦିନରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡ଼ିଟି, ବଦହଜମି ହେବା ସହ ହଜମ କ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଏ। ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
କମ ପରିମାଣରେ ଆମିଷ ଖାଆନ୍ତୁ –
ଖରାଦିନରେ ସମ୍ଭବତଃ ଆମିଷ ବ୍ୟଞ୍ଜନର ସେବନ କମ କରନ୍ତୁ। ଆମିଷ ହଜମ ହେବାକୁ ଅଧିକ ସମୟ ଲାଗିଥାଏ ଓ ଶରୀରର ଉଷ୍ଣତା ମଧ୍ୟ ବୃଦ୍ଧି ପାଏ, ଫଳରେ ଅଧିକ ଗରମ ଲାଗି ଝାଳ ବୋହି ଥାଏ। ତେଣୁ ଏହି ଦିନରେ ଆମିଷ କମ ମାତ୍ରାରେ ଖାଆନ୍ତୁ।
ଜଙ୍କ ଫୁଡ଼ –
ଖରାଦିନରେ ଜଙ୍କ ଫୁଡ଼ ଖାଇବା ପରିବର୍ତ୍ତେ ସବୁଜ ପନିପରିବା ଅଧିକ ଖାଇବା ଉଚିତ। ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ଚା’ ଓ କଫି –
ବହୁ ଲୋକଙ୍କର ଦିନ ମଧ୍ୟରେ ୪ ରୁ ୫ ଥର ଚା’ ଓ କଫିର ସେବନ କରିଥାଆନ୍ତି। ମାତ୍ର ଖରାଦିନରେ ଏପରି କରିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି କରେ। ତେଣୁ ଦିନକୁ ଥରେ ଚା’ କିମ୍ବା କଫି ପିଅନ୍ତୁ।
ଚିଜ –
ଚିଜ ଓ ଚିଜରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଖାଇବା ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଏଥିରେ ଅଧିକ ପରିମାଣରେ କ୍ୟାଲୋରୀ ଓ ଫ୍ୟାଟ ଥିବାରୁ ଖରାଦିନରେ ଏହାକୁ ଖାଇବା ଅନୁଚିତ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories