www.samajalive.in
Monday, December 8, 2025
13.1 C
Bhubaneswar

ସଡକ ଦୁର୍ଘଟଣାରେ ମଠ ମହନ୍ତ ଅଭୟାନନ୍ଦ ସରସ୍ଵତୀଙ୍କ ପରଲୋକ

ପାଟଣା/ଠାକୁରମୁଣ୍ଡା: ଶନିବାର ଅପରାହ୍ନରେ ସଡକ ଦୁର୍ଘଟଣାରେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ରଘୁନାଥ ଜୀ ମଠର ମହନ୍ତ ସ୍ୱାମୀ ଅଭୟାନନ୍ଦ ସରସ୍ଵତୀ (୬୦)ଙ୍କର ପରଲୋକ ଘଟିଛି। ଯଶୀପୁରରୁ କରଞ୍ଜିଆ ଦୋଳ ଉତ୍ସବକୁ ମଠ ଠାକୁରଙ୍କୁ ଆଣିଥିବା ମଠ ମହନ୍ତ ଶ୍ରୀ ସରସ୍ୱତୀ ଆଜି କୌଣସି କାରଣରୁ କରଞ୍ଜିଆରୁ ନିଜ ସମ୍ପର୍କୀୟଙ୍କ ଘରକୁ ମଧ୍ୟାହ୍ନରେ ବାଇକ ଯୋଗେ ଆସୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କ ବାଇକକୁ ଗୋରାଣ୍ଡିଯୋଡି ନୂଆ ପେଟ୍ରୋଲ ପମ୍ପ ନିକଟରେ ଧକ୍କା ଦେବାରୁ ବାଇକରୁ ପଡି ସେ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।

ଦୁର୍ଘଟଣା ଘଟାଇଥିବା ବାଇକରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ସମସ୍ତଙ୍କୁ ୧୦୮ ଯୋଗେ କରଞ୍ଜିଆ ଡାକ୍ତରଖାନା ନିଆଯାଇଥିବା ବେଳେ ମଠ ମହନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଯୁବକଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଛି। ମଠ ମହନ୍ତଙ୍କ ଅକାଳ ବିୟୋଗ ଖବର ପାଇ କେନ୍ଦୁଝର ସାଂସଦ ଅନନ୍ତ ନାୟକ କରଞ୍ଜିଆ ଡାକ୍ତରଖାନାକୁ ଯାଇ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମଠ ମହନ୍ତଙ୍କ ପରଲୋକରେ କରଞ୍ଜିଆ ଉପଖଣ୍ଡ ତଥା ଯଶିପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories