www.samajalive.in
Friday, December 12, 2025
15.1 C
Bhubaneswar

ଶ୍ରୀମନ୍ଦିରରେ ଡ୍ରିମଗାର୍ଲ ହେମାମାଳିନୀ, ପୁରୀରେ ଖେଳିଲେ ହୋଲି

ଡେସ୍କ: ରଙ୍ଗର ପର୍ବ ହୋଲିରେ ଆଜି ଡ୍ରିମ ଗାର୍ଲ ହେମାମାଳିନୀ ଶ୍ରୀମନ୍ଦିର ଯାଇ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥିଲେ। ସେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କୁ ଦର୍ଶନ କରିବା ସହ ପାର୍ଶ୍ଵ ଦେବା ଦେବୀ ମନ୍ଦିର ଯାଇ ଦର୍ଶନ କରିଥିବା ବେଳେ ପବିତ୍ର ହୋଲିରେ ମଥୁରାରୁ ସେ ପୁରୀ ଆସି ମହାପ୍ରଭୁଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତଙ୍କ ପକ୍ଷରୁ ହେମମାଳିନୀଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ଓ ଆନନ୍ଦିତ ଥିବା କହିଥିବା ବେଳେ ସମଗ୍ର ରାଷ୍ଟ୍ରବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ପରେ ସେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ବାସଭବନ ଠାରେ ଜନତାଙ୍କ ସହ ହୋଲି ଖେଳିଥିଲେ। ହେମାମାଳିନୀଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ସେ ହାତ ହଲାଇ ଉପସ୍ଥିତ ଜନସାଧାରଣଙ୍କୁ ହୋଲିର ଶୁଭେଛା ଜଣାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories