www.samajalive.in
Saturday, December 6, 2025
23.1 C
Bhubaneswar

କୋହଲିକୁ ରୋକିବା ସମ୍ଭବ: ଥମ୍‍ସନ

ଭୁବନେଶ୍ୱର : ଏକାମ୍ର କ୍ରୀଡ଼ା ସାହିତ୍ୟ ମହୋତ୍ସବରେ ‘ଦ ଡେଥ୍‍ ଅଫ ଦ ଟେଷ୍ଟ ଫାଷ୍ଟବୋଲର୍‍’ ପ୍ରସଙ୍ଗରେ ମତ ରଖିଥିଲେ ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ଫାଷ୍ଟ ବୋଲର ଜେଫ ଥମ୍‍ସନ। ଏବେ ବିରାଟ କୋହଲି ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି। ଦିନିକିଆ ହେଉ କି ଟେଷ୍ଟ ଅବା ଟ୍ୱେଣ୍ଟି୨୦; କ୍ରିକେଟରେ କୋହଲିକୁ ରୋକିବା ବୋଲରଙ୍କ ପାଇଁ ସବୁବେଳେ ଆହ୍ୱାନ ହୋଇଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତ କୋହଲିଙ୍କ ପାଇଁ ଏକ ପରୀକ୍ଷାର ସମୟ। ଅଷ୍ଟ୍ରେଲିଆ କୋହଲିକୁ ରୋକିବାରେ ସକ୍ଷମ ହେବ ବୋଲି ଥମ୍‍ସନ କହିଥିଲେ। ଅଷ୍ଟ୍ରେଲିଆ କ୍ରିକେଟ ସଙ୍କଟ ଦେଇ ଗତିକରୁଛି। ୨୦୧୯ ବିଶ୍ୱକପ ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେବ ବୋଲି ବୋଲି ଥମ୍‍ସନ କହିଥିଲେ। ଜଣେ ଫାଷ୍ଟ ବୋଲର ହେବା ପାଇଁ ଅନ୍ୟ କ୍ରିକେଟରଙ୍କଠାରୁ ଦୁଇଗୁଣା ଫିଟ୍‍ନେସ ଆବଶ୍ୟକ। ଦୁଇଶହ ପ୍ରତିଶତ ଫିଟ୍‍ନେସ ନଥିଲେ ଫାଷ୍ଟବୋଲର ହେବା ଅସମ୍ଭବ। ଭାରତୀୟ ଫାଷ୍ଟ ବୋଲର ଜଭାଗଲ ଶ୍ରୀନାଥ, ଭେଙ୍କଟେସ ପ୍ରସାଦଙ୍କ ପରେ ଉମେଶ ଯାଦବ ଦୃତ ବୋଲିଂ କରୁଛନ୍ତି। ବିଶେଷକରି ଫିଟ୍‍ନେସ ଅଭାବ ଓ ଟ୍ୱେଣ୍ଟି୨୦ କ୍ରିକେଟ ଫାଷ୍ଟ ବୋଲରଙ୍କୁ ମାରିଦେଇଛି ବୋଲି ଥମ୍ପସନ କହିଥିଲେ। ବ୍ରାଏନ ଲାରା , ଭିଭିଆନ ରିଚାଡର୍ସ, ଗ୍ୟାରୀ ସୋବର୍ସ, ସୁନୀଲ ଗାଭାସ୍କର, ଗେଗ୍‍୍ର ଚାପେଲ ଟେଷ୍ଟ କ୍ରିକେଟର ପ୍ରକୃତ ଖେଳାଳି ବୋଲି ଥମ୍‍ସନ କହିଥିଲେ। ପଡ଼ିଆରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସ୍ଲେଜିଂକୁ ନେଇ ଥମ୍‍ସନ କହିଥିଲେ, ଭଦ୍ରଲୋକଙ୍କ ଖେଳ କ୍ରିକେଟରେ ସ୍ଲେଜିଂର ସ୍ଥାନ ନାହିଁ। ଏହା ଖେଳାଳିଙ୍କୁ ନିରୁତ୍ସାହିତ କରିନଥାଏ ବରଂ ଅଧିକ ଭଲ ଖେଳିବା ପାଇଁ ଉତ୍ସାହିତ କରିଥାଏ। ଥମ୍‍ସନ ୫୧ଟି ଟେଷ୍ଟମ୍ୟାଚ୍‍ରୁ ୨୦୦ଟି ୱିକେଟ ନେଇଛନ୍ତି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories