ଟୋକିଓ : ଜାପାନର ଦକ୍ଷିଣ-ପଶ୍ଚିମ କୁମାମୋଟୋରେ ପ୍ରବଳ ବର୍ଷା ଜନିତ ବନ୍ୟା ଓ ମାଟି ଅତଡା ଧସିବା ଭଳି ବିପର୍ଯ୍ୟୟ ଦେଖାଯାଇଛି। ଫଳରେ ଏଠାରେୁ ୩ଲକ୍ଷ ୬୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଣିପାଗ ବିଭାଗ କହିବା ଅନୁଯାୟୀ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଲଗାଣ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୟାମାଟୋ ଓ ମାସିକ୍ ସହରରେ ଘଣ୍ଟାକୁ ଯଥାକ୍ରମେ ୮୨ ଓ ୮୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
Popular Categories



