www.samajalive.in
Thursday, December 11, 2025
18.1 C
Bhubaneswar

ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ଓ ଦୁର୍ନୀତିିର ସିବିଆଇ ତଦନ୍ତ ଦାବିରେ ଗଣଧାରଣା

ବଡ଼ମ୍ବା  : ଦୀର୍ଘ ପ୍ରାୟ ୧୫ବର୍ଷ ଧରି ବନ୍ଦ ପଡ଼ିଥିବା ବଡ଼ମ୍ବା ଚିନିକଳ ପ୍ରସଙ୍ଗକୁ ଭାରତୀୟ ଜନତା ପାର୍ଟି(ବିଜେପି) ପୁନର୍ବାର ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିଛି । ଚିନିକଳର ପୁନରୁଦ୍ଧାର ତଥା ଏହି କୃଷିଭିତ୍ତିକ ସମବାୟ ଶିଳ୍ପ ବିକ୍ରୟ ଏବଂ ବନ୍ଧକ ପକାଇ କରାଯାଇଥିବା କୋଟିକୋଟି ଟଙ୍କାର ଋଣକୁ କେନ୍ଦ୍ରକରି ହୋଇଥିବା ମହାଦୁର୍ନୀତିର ସିବିଆଇ ତଦନ୍ତ ଦାବିକରିଛି ବିଜେପି। ପୂର୍ବ ନିଷ୍ପତି ଅନୁଯାଇ ବଡ଼ମ୍ବା ମଣ୍ଡଳ ବିଜେପି ତରଫରୁ ଅନିର୍ଦିଷ୍ଟ କାଳପାଇଁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଗଣଧାରଣା ଦିଆଯାଇଛି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରାଙ୍କ ନେତୃତ୍ୱରେ ପ୍ରମୁଖ ଦାବି ସମେତ ଅନ୍ୟାନ୍ୟ ଦାବିନେଇ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି। ଶତାଧିକ ଦଳୀୟ କର୍ମୀ ପ୍ରଥମେ ବଡ଼ମ୍ବା ହାଟସ୍ଥିତ ଆଡ଼ିଆ ମହାଦେବଙ୍କ ମନ୍ଦିରରୁ ଏକ ମଟରସାଇକେଲ ଶୋଭାଯାତ୍ରାରେ ଆସି ଗଣଧାରଣା ସ୍ଥଳରେ ପହଞ୍ଚିଥିଲେ। ପରେ ପରେ ଗଣଧାରଣାର ନେତୃତ୍ୱ ନେଇଥିବା ଶ୍ରୀ ଦଳବେହେରାଙ୍କ ସମେତ ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରା, ଦଳୀୟ ନେତା ଆଇନଜୀବୀ ସରୋଜ କୁମାର ବେଉରା, ଲକ୍ଷ୍ମୀଧର ପ୍ରଧାନ, ମହେନ୍ଦ୍ର କୁମାର ପଢିଆରୀ ପ୍ରମୁଖ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ଚିନିକଳକୁ ନେଇ ଉପୁଜିଥିବା ସ୍ଥିତି ଏବଂ ଏହି କୃଷିଭିତ୍ତିକ ଶିଳ୍ପ ବରବାଦ କରାଯିବା ପଛର ରହସ୍ୟକୁ ନେଇ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ତୀବ୍ର ସମାଲୋଚନା କରିଥିଲେ। ଉକ୍ତ ସଭାରେ ବିଭିନ୍ନ ଦାବି ଏବଂ ପ୍ରସଙ୍ଗଭିତ୍ତିକ ପ୍ରଶ୍ନନେଇ ସଭାସ୍ଥଳରେ ଦଳତରଫରୁ ସର୍ବସାଧାରଣଙ୍କୁ ଏକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା।

ଏହି ପତ୍ରରେ ଥିବା ପ୍ରସଙ୍ଗନୁଯାଇ ଚିନିକଳ ବନ୍ଦ ପଛର ଷଡ଼ଯନ୍ତ୍ର, ସ୍ଥାନୀୟ ଜନପ୍ରତିନିଧି ଭାବେ ଏହି ଘଟଣାରେ ବିଧାୟକଙ୍କ ଭୂମିକା,ଏହି ଶିଳ୍ପକୁ ବିକ୍ରୟ କରାଯାଇଥିବା ଘରୋଇ କମ୍ପାନିକୁ ଅହେତୁକ ଅନୁକମ୍ପା ତଥା ରାଜ୍ୟସରକାର କାହିଁକି ଏହି ଘଟଣାରେ ମୌନ ସେ ନେଇ ଦଳତରଫରୁ ଏହାର ସିବିଆଇ ତଦନ୍ତ ଦାବି କରାଯାଇଛି। ତୁରନ୍ତ ଚିନିକଳ ପୁନରୁଦ୍ଧାର ଓ କାର୍ଯ୍ୟକ୍ଷମ କରିବାପାଇଁ ଦୃଢ ପଦକ୍ଷେପ ତଥା ଗତ ଏପ୍ରିଲ ୨୦ ତାରିଖରେ ବିଧାୟକଙ୍କ ଉପସ୍ଥିତିରେ ଚିନିକଳକୁ ନେଇ ଭୁବନେଶ୍ୱରରେ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ନିଷ୍ପତି ଏବଂ ବିଭାଗୀୟ ମନ୍ତ୍ରୀ ମାଗିଥିବା ଚିନିକଳର ବର୍ତ୍ତମାନ ସ୍ଥିତି(ଷ୍ଟାଟସ ରିପୋର୍ଟ) ସମ୍ପର୍କିତ ସୂଚନାକୁ ସାର୍ବଜନିନ କରିବାକୁ ଦଳ ତରଫରୁ ଦାବି କରାଯାଇଛି । ଗଣଧାରଣା ପରିପ୍ରେକ୍ଷୀରେ ଚିନିକଳ ପ୍ରସଙ୍ଗକୁ ଭିତ୍ତିକରି ସ୍ଥାନୀୟ ବିଧାୟକଙ୍କୁ ଦଳ ତରଫରୁ ଏକାଧିକ ପ୍ରଶ୍ନ ମଧ୍ୟ କରାଯାଇଥିବା ଉକ୍ତ ପ୍ରଚାରପତ୍ରରୁ ଜଣାଯାଇଛି। ଆଖୁଚାଷ ପ୍ରବଣ ଅଞ୍ଚଳକୁ ପାଥେୟ କରି ଅଶି ଦଶକରେ ଗଢି ଉଠିଥିବା ଏହି ସମବାୟ ଅନୁଷ୍ଠାଟି ୯୦ଦଶକରେ କାର୍ଯ୍ୟକ୍ଷମ ହୋଇଥିଲା। ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ହୋଇଥିବା ବେଳେ ସେ ସମୟରେ ଏହି ଶିଳ୍ପ ଜରିଆରେ ବଡ଼ମ୍ବା ସମେତ ନରସିଂପୁର, ପଡ଼ୋଶୀ ବାଙ୍କୀ ଏବଂ ଆଠଗଡ଼ ଉପଖଣ୍ଡର ଚାଷୀ ଏହାଦ୍ୱାରା ଅନେକ ଉପକୃତ ହେଉଥିଲେ। ଅଞ୍ଚଳର ଭାତ ହାଣ୍ଡି କୁହାଯାଉଥିବା ଏହି ଚିନିକଳକୁ ବରବାଦ ହେବାକୁ ଦେବୁନାହିଁ ବୋଲି ଅନୁଷ୍ଠିତ ଗଣଧାରଣାରେ ଦଳ ତରଫରୁ ମତପ୍ରକାଶ ପାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories