www.samajalive.in
Monday, December 15, 2025
15.1 C
Bhubaneswar

ସୁଧୁରିନାହିଁ ବନ୍ୟା ପରିସ୍ଥିତି ; ବଢିଛି ବିପନ୍ନଙ୍କ ଦୁର୍ଦ୍ଦଶା, ୬୯ଗାଁ ଜଳବନ୍ଦୀ

ବାଙ୍କୀ : ବାଙ୍କୀରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି । ବନ୍ୟା ପ୍ରଭାବରେ ବାଙ୍କୀ-ଡମପଡା ବ୍ଲକ, ବାଙ୍କୀ ବ୍ଲକର ମୋଟ ୨୮ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ୬୯ଟି ଗାଁର ପ୍ରାୟ ୧ ଲକ୍ଷ ୯ହଜାର ୧୭୮ଜଣ ଲୋକ ପ୍ରଭାବିତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଡମପଡା ବ୍ଲକ ଅଧିନ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଏବଂ ବିଲିପଡା ପଞ୍ଚାୟତର ପରପଦନପୁର, ବରଗାଁ, ବିଲିମନ୍ତ୍ରୀ ସାହି, ବିଲିମନ୍ତ୍ରୀ ହରିଜନ ସାହି, ବିଲିପଡା, ଧରଶ, ପାକରାଖାଲ, ଓସ୍ତପୁର, ଶରଧାପୁରର ଲୋକ ପ୍ରଭାବିତ ହୋଇଛନ୍ତି।  ହରିରାଜପୁର ପଞ୍ଚାୟତର ଯୋରକୂଳ ଗ୍ରାମରେ ୧୦ଫୁଟର ବନ୍ୟା ଜଳ ହେତୁ ଘର ଗୁଡିକ ଛାତ ଓ ଚାଳ ଘର ପାଣିରେ ବୁଡିରହିଥିବା ହେତୁ ଲୋକ ମାନେ ଦୁର୍ବିଶହ ଜୀବନ ବିତାଉଛନ୍ତି । ବୁଡି ରହିଥିବା ଘରର ଛାତ ଉପରେ ବଡ ବିପଦ ଜନକ ଭାବରେ ଲୋକମାନେ ଅଛନ୍ତି। ପାଣି ଦେଖି ଚିଲିକାର ଭ୍ରମ ସୃଷ୍ଟି ହେଉଛି । ବିଦ୍ୟୁତ୍ ଖୁଣ୍ଟ ଗୁଡିକ ପାଣିରେ ବୁଡିଛି । ବିଦ୍ୟାଳୟ ଗୃହ ବୁଡିଛି । ପାନୀୟଜଳ ଶଙ୍କଟରେ। ଗାଁରେ କୌଣସି ରୋଗୀକୁ ଡାକ୍ତରଖାନା ନେବାକୁ ହେଲେ ୫ରୁ ୭ଘଣ୍ଟା ପରେ ସରକାରୀ ଡଙ୍ଗାଟିଏ ପହଞ୍ଚୁଛି । ସେହିପରି ବାଙ୍କୀ ବ୍ଲକର ଓସ୍ତିଆ, ସୁବର୍ଣ୍ଣପୁର, ରତାଗଡ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ସେହିପରି ବାଙ୍କୀ-କଟକ ମୁଖ୍ୟ ରାସ୍ତାର କରବର ଗ୍ରାମ ଚର୍ତୁପାଶ୍ୱର୍ରେ ୧୦ଫୁଟର ପାଣି । ବାହାରକୁ ଆସି ହେଉନାହିଁ । ପାଣିରେ ବୁଡିଥିବା ଘର ଗୁଡିକର ଲୋକ ମାନେ ମହାନଦୀ ବନ୍ଧରେ ବିପଦ ଶଙ୍କୁଳ ଅବସ୍ଥାରେ ଆଶ୍ରୟ ନେଇଛନ୍ତି । ସେହିପରି ପାଥପୁର ପଞ୍ଚାୟତର କଇଁମୁଣ୍ଡି ଓ ଚାରିଘେରିଆ ଗ୍ରାମ ଜଳବନ୍ଦୀ ହୋଇଛି । ପ୍ରାୟ ଉଭୟ ବ୍ଲକର ୧୦ହଜାର ହେକ୍ଟରରୁ ଅଧିକ ଖରିଫ୍ ଧାନ କ୍ଷେତ ଓ ପନିପରିବା ଫସଲ ଚାଷ ପଚିସଢି ନଷ୍ଟ ହୋଇଛି । ଏବେ ପାଣି ଭିତରେ ବୁଡି ରହିଥିବା କ୍ଷେତର ଅବସ୍ଥାକୁ ଚାଷୀ ଦେଖିଲେ ଅଣ୍ଟା ସଳଖି ପାରିବନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ କହିଛନ୍ତି। ମହାନଦୀରେ ବନ୍ୟା ସ୍ଥିତି ହ୍ରାସ ପାଇଥିଲେ ମଧ୍ୟ ନଦୀକୂଳ ବାସୀ ଆଶଙ୍କା କରିଛନ୍ତି । ୪ଦିନ ପରେ ବନ୍ୟା ପରିସ୍ଥିତି ବିପନ୍ନଙ୍କ ଦୁର୍ଦ୍ଦଶା ଅଧିକ ବଢାଇଥିବା କୁହାଯାଇଛି।
                 ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବୁଧବାର ଦିନ ଜଳବନ୍ଦୀ ଥିବା ଗ୍ରାମର ବିପନ୍ନ ମାନଙ୍କୁ ବ୍ଲକ ପ୍ରଶାସନର ନିର୍ଦ୍ଦେଶ କ୍ରମେ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ ଡମପଡା ବ୍ଲକ ଅଧିନ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା ଗ୍ରାମର ସମ୍ପୂର୍ଣ୍ଣ ଜଳବନ୍ଦୀ ଥିବା ୧୭୫ପରିବାରର ସମସ୍ତ ସଦସ୍ୟଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ସେହିପରି ବାଙ୍କୀ ବ୍ଲକର ଓସ୍ତିଆ,ସୁବର୍ଣ୍ଣପୁର,ରତାଗଡ ଏବଂ ଗୋଳାଗଣ୍ଡ ଗ୍ରାମରେ ବିପନ୍ନ ପରିବାରଙ୍କୁ ଆଶ୍ରୟସ୍ଥଳୀ ଠାରେ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି। ବାଙ୍କୀର ପୂର୍ବତନ ବିଭାୟକ ପ୍ରଭାତ କୁମାର ତ୍ରିପାଠୀ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶେର ପଟ୍ଟେଲ ଶୁଖୁଆଖଳା ଗ୍ରାମକୁ ପରିଦର୍ଶନ କରି ବିପନ୍ନ ପରିବାରର ଲୋକମାନଙ୍କ ପାଇଁ ପାଣି ଛାଡିଲା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ବନ୍ୟା ପ୍ରବଣ ଅଧିକ କ୍ଷତିଗ୍ରସ୍ଥ ଓ ପ୍ରଭାବିତ ବିଲିପଡା ପଞ୍ଚାୟତର ସମସ୍ତ ଗ୍ରାମ ସହିତ ଗୋପାଳପୁର ପଞ୍ଚାୟତର ସିଂହନାଥପୁର ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବିପନ୍ନ ମାନଙ୍କୁ ଭେଟିଛନ୍ତି।

- Advertisement -

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ବନ୍ୟାଞ୍ଚଳ ପରିଦର୍ଶନ

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ବୁଧବାର ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଓ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ସୂଚନା ଅନୁଯାୟୀ ଶିମିଳିପୁର ପଞ୍ଚାୟତର ଶୁଖୁଆଖଳା, ବାଙ୍କୀ ବ୍ଲକର ଓସ୍ତିଆ ଏବଂ ଘୋଡାବର ହୁଳୁହୁଳା ପୋଲ ଉପରେ ଥିବା ବନ୍ୟା ଜଳ ପ୍ରଭାବ ଓ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ତାଙ୍କ ସହିତ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ତହସିଲଦାର ସତ୍ୟରଞ୍ଜନ ପଣ୍ଡା,ବିଡିଓ ଶ୍ୟାମଳ କୁମାର ରାୟ ପ୍ରମୁଖ ଉପସ୍ଥିତ ରହି ବନ୍ୟାଞ୍ଚଳର ସ୍ଥିତି,ଲୋକ ମାନଙ୍କର ସମସ୍ୟା ଏବଂ ପ୍ରଶାସନ ପକ୍ଷରୁ କିଭଳି ପରିଚାଳନା ବ୍ୟବସ୍ଥା ନିଆଯାଇଛି ସେ ସମ୍ପର୍କରେ ଅବଗତ କରିଥିଲେ। ଓଡ୍ରାପ୍ଟ,ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ଆବଶ୍ୟକ ଯନ୍ତ୍ର ଚାଳିତ ଡଙ୍ଗା ବିପନ୍ନଙ୍କ ସେବା ପାଇଁ କାର୍ଯ୍ୟକରୁଥିବା ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories