www.samajalive.in
Sunday, December 7, 2025
18.1 C
Bhubaneswar

ଜଳକାରେ ବନ୍ୟା : ବସ୍ତାର ୬୦ ଗାଁ  ଜଳବନ୍ଦୀ

ବସ୍ତା/ମଥାନୀ/ରାଜଘାଟ : ସପ୍ତାହେ ବ୍ୟବଧାନରେ ପୁଣି ଜଳକା ନଦୀରେ ବନ୍ୟା ଆସି ବାଲେଶ୍ବର ଜିଲା ବସ୍ତା ବ୍ଲକର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ମଙ୍ଗଳବାର ସନ୍ଧ୍ୟା ୭ଟାରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ଅତିକ୍ରମ କରି ୬.୧୨ ମିଟର ଉପରେ ପ୍ରବାହିତ ହୋଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ ଜଳସ୍ତର ବୃଦ୍ଧି ପାଇଥିଲା। ବୁଧବାର ସକାଳ ୧୦ଟାରେ ପରିସ୍ଥିତି ଗୁରୁତର ହୋଇଥିଲା। ବନ୍ୟା ସୂଚନା ପାଇ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଜଳକାରେ ବନ୍ୟା ଯୋଗୁ ବ୍ଲକର ୮ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ବ ଗ୍ରାମ ପ୍ରଭାବିତ ହୋଇଛି। ବିଭିନ୍ନ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ଯୋଗୁ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏଥିରେ ଦୁଧହଂସା ପଞ୍ଚାୟତର ଧପାକନ୍ଦ, ଗୋଠଗଡିଆ, ନଳବାହାର, ପାଇକପଡା, ଜନ୍ତିକାପାଳ, ସୁନ୍ଦରହତା, ଦୁଧହଂସା, ମାଝୀସାହି, ସଦାନନ୍ଦପୁର ପଞ୍ଚାୟତର ଗୁଣ୍ଡୁରୀସାହି, ଦେଉଳପଡା, ଟିକିରାପଡା, ବାଉଁଶମୁଖା, ସଦାନ୍ଦପୁରବସ୍ତି, ବାରମାଢ଼ିଆ ମହାନ୍ତିସାହି, ବାହାର୍ଦ୍ଦା ପଞ୍ଚାୟତର ବାହାର୍ଦ୍ଦାବସ୍ତି, ବାହାର୍ଦ୍ଦା, ଉପରତାପଣ୍ଡା, ଉପରତାପଣ୍ଡାବସ୍ତି, ଚନ୍ଦନସିଆ, ଦତ୍ତପୁର, ପୁନସିତା, ଗହୀର ସିମୁଳିଆ, ଧେନୁଖୋଜା, ବରିଦା, ପୁନସିତା ଆଦିବାସୀସାହି, କୁଡିଆ ପଞ୍ଚାୟତର ପେଗରପଡା, ବେଗୁନିଆ, ଜମାଳପୁର, ମାଛିଆ, କଦଳୀହଣ୍ଡା, ବେଲା, ଗାନ୍ଧିଛକ, କୁଡିଆ, ରାଉତପଡା ପଞ୍ଚାୟତର ରାଉତପଡା, ନୂଆଗାଁ, ଝିଙ୍କିରିଆ, ପତ୍ରଝଡା ପଞ୍ଚାୟତର ସରଡିହା, ନାଭ, କୁଶଡିହା, ହସନପୁର, ମହାଦେବସରାଇ, ଦରଡା ପଞ୍ଚାୟତର କୁଣ୍ଡେଇ, ପଳାସିଆ, କୋଠପଦା, ଦକ୍ଷିଣସରିଶା, ମଥାନୀ ପଞ୍ଚାୟତର କଟିମଥାନୀ, ଦକ୍ଷିଣସାହି, ସାନଖୁଡି, ପେଗରପଡା, ଧାନହଣ୍ଡା, ବଡା, ଗମ୍ଭାରିଆ, ବଡଖୁଡି, ବାସୁଚକୁରାଇ ପଞ୍ଚାୟତର ବାସୁଚକୁରାଇ, ଭଗିଚକୁରାଇ, ପାଇକଡିହା, ଧୋବାଚକୁରାଇ ପ୍ରଭୃତି ଗ୍ରାମ ପାଣି ଘେରରେ ରହିଛି। ସେହିପରି ମଥାନୀ ବାହାର୍ଦ୍ଦା ଚଟାଣ, ଗାନ୍ଧିଛକ ଦରଡା ରାସ୍ତାର କୁଡିଆ ଛକ, କଟିପୋଲ ରାଉତପଡା ରାସ୍ତାର ପଳାସିଆ ଗ୍ରାମ୍ୟ ରାସ୍ତା, ଗାନ୍ଧିଛକ ସଦାନନ୍ଦପୁର ରାସ୍ତା, ଧପାକନ୍ଦ ମଥାନୀ, ଧପାକନ୍ଦ ନଳବାହାର, ନଳବାହାର ରାଉଳସାହି, ସୁନ୍ଦରହତା ତାରିଣୀମନ୍ଦିର ଠାରୁ ଜନ୍ତିକାପାଳ ରାସ୍ତା, ଝିଙ୍କିରିଆ ନୂଆଗାଁ ରାସ୍ତାରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବାକୁ ୬ଟି ଓଡ୍ରାଫ ଦଳ, ୨ଟି ଦମକଳ ବାହିନୀ ନିୟୋଜିତ କରି ଜଳ ଘେରରୁ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏହିସବୁ ପଞ୍ଚାୟତର ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବାବେଳେ ମାତ୍ର ୩ ହଜାର ଲୋକଙ୍କୁ ଉଦ୍ଧାର କରି ବିଭିନ୍ନ ଅସ୍ଥାୟୀ କେନ୍ଦ୍ରରେ ରଖି ରନ୍ଧାଖାଦ୍ୟ ଦିଆଯାଇଥିବା ସୂଚନା ମିଳିଛି। ସେହିପରି ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଇଛି। ନଦୀର ଉପକୂଳବର୍ତ୍ତୀ ଗ୍ରାମ ପାର୍ଶ୍ବରେ ଥିବା ନଦୀବନ୍ଧର ମେଳକ, ତଳତାପଣ୍ଡା, ସାନଖୁଡି, ଲକ୍ଷ୍ମଣପଡା, ଶିବଗତିଆ, ପେଗରପଡା, ମଥାନୀ, ଦଳେଇସାହି, ଧଳସାହି ଆଦି ସ୍ଥାନରେ ବନ୍ୟାଜଳ ଅତିକ୍ରମ କରିବା ଯୋଗୁଁ ସେହି ସବୁ ସ୍ଥାନରେ ବାଲିବସ୍ତା ପକାଯାଇଥିବା ମଥାନୀ ବିଭାଗୀୟ ଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି। ସେହିପରି ସଦର ବ୍ଲକର ଶ୍ରୀରାମପୁର, ରସଲପୁର ଆଦି ପଞ୍ଚାୟତ ପାଣି ଘେରରେ ରହିଛି। ସଦର ବିଡିଓ ନରେନ୍ଦ୍ର ଖମାରୀ ଓ ତହସିଲଦାର ଅନାମିକା ସିଂ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜଳକା ନଦୀର ଏକତାଳି ଠାରେ ନଦୀବନ୍ଧରେ ୫୦୦ ଫୁଟର ଏକ ଘାଇ ସୃଷ୍ଟି ହୋଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories