www.samajalive.in
Monday, December 15, 2025
16.1 C
Bhubaneswar

ଆସାମରେ ଭୟଙ୍କର ବନ୍ୟା : ପାଣିଘେରରେ ୫ ଲକ୍ଷ ଲୋକ

ଦିସପୁର : ଆସାମରେ ଭୟଙ୍କର ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୬ ଟି ଜିଲାର ୪.୮୮ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି। ବନ୍ୟା ଓ ଭୂସ୍ଖଳନ ପରିସ୍ଥତି ଯୋଗୁ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ବାଜାଲି ଉପ-ବିଭାଗ, ଯେଉଁଠାରେ ବନ୍ୟା ଯୋଗୁଁ ୨.୬୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ନାଲବାରୀ ଏବଂ ବାରପେଟା ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେଠରେ ଯଥାକ୍ରମେ ପ୍ରାୟ ୮୦,୦୦୦ ଏବଂ ୭୩,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ୧୪୦ ରିଲିଫ କ୍ୟାମ୍ପରେ ୩୫,୦୦୦ରୁ ବିପନ୍ନ ଆଶ୍ରୟ ନେଇଛନ୍ତି। ରାଜ୍ୟରେ ୭୫ଟି ରିଲିଫ ବଣ୍ଟନ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପରିଚାଳନାରେ ପ୍ରଶାସନ ପୁରା ଦମରେ ଲାଗିପଡ଼ିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories