ଭୁବନେଶ୍ୱର : ଦୈନିକ ଖବର କାଗଜ ‘ସମାଜ’ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ‘ସେବା ଓ ସେବକ’ ସପ୍ତାହ ପାଳନ ଅବସରରେ ଅନୁଷ୍ଠିତ ହୋଇଛି ରକ୍ତଦାନ ଶିବିର।

ଭୁବନେଶ୍ୱର ଖାରବେଳ ନଗର ସାମ୍ବାଦିକ ଭବନରେ ସକାଳ ୯ଟାରୁ ରକ୍ତଦାନ ଶିବିର ଆରମ୍ଭ ହୋଇଛି। ରକ୍ତଦାନ ଶିବିରକୁ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି। ଏହାସହ ଏହି ସମୟରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ସମାଜର ବରିଷ୍ଠ ଅଧିକାରୀ ସହ ଅନ୍ୟ କର୍ମୀ ମଧ୍ୟ ଉପସ୍ଥିତ ରହିଛନ୍ତି।

ଏଥିରେ ବିଭିନ୍ନ ବର୍ଗର ଲୋକେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।
‘ସେବା ଓ ସେବକ’ ସପ୍ତାହ ଅବସରରେ ରକ୍ତଦାନ ଶିବିର
Popular Categories



