www.samajalive.in
Monday, December 15, 2025
14.1 C
Bhubaneswar

ମହାନଦୀରେ ମଧ୍ୟମ ଧରଣର ବନ୍ୟା ; ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

କଟକ : ମହାନଦୀରେ ମଧ୍ୟମ ଧରଣର ବନ୍ୟା ଏନେଇ ଆଜି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ୧୦ଟାରେ ମୁଣ୍ଡଳିରେ ୬.୨୬ ଲକ୍ଷ କ୍ୟୁସକ ଜଳ ପ୍ରବାହିତ ହୋଇଛି। ଆଜି ରାତି ୧୨ଟା ସୁଦ୍ଧା ସାଢେ ୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ତେଣୁ ଏହା ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆଣିପାରେ। ତଳମୁଣ୍ଡରେ ମହାନଦୀ ଓ ଏହାର ଶାଖା ନଦୀ ଫୁଲୁଛି। ନରାଜରେ ଜଳସ୍ତର ବଢୁଛି। ଏହାସହ କେନ୍ଦ୍ରାପଡା,ପୁରୀ, ଯାଜପୁର, କଟକ, ବାଲେଶ୍ୱର, ଭଦ୍ରକକୁ ସତର୍କ ସୂଚନା ଜାରି କରାଯାଇଛି। ୩୦ ଟି ଓଡ୍ରାଫ ଟିମ ଓ ୧୨ଟି ଏନଡିଆରଏଫ ଟିମକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହୀରାକୁଦରୁ ବତ୍ତର୍ମାନ ୨୮ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି। ଉପରମୁଣ୍ଡରେ ବର୍ଷା କମିବା ଯୋଗୁଁ ହୀରାକୁଦର ଜଳସ୍ତର ଖସୁଛି। ହୀରାକୁଦରେ ୪.୭୫ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି। ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ସହ ୨ଟି ଗେଟ୍‍ ଖୋଲା ରହିଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories