www.samajalive.in
Saturday, December 6, 2025
14.1 C
Bhubaneswar

ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ଉଡାଣ ଆରମ୍ଭ

ଭୁବନେଶ୍ୱର/କୋଲକାତା: ଅତି ଭୀଷଣ ବାତ୍ୟା ୟସ୍‍ କାରଣରୁ ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ରଖାଯାଇଥିବାବେଳେ ତାହା ପୁଣି ଆରମ୍ଭ ହୋଇଛି। ବାତ୍ୟା ଉପକୂଳ ଅତିକ୍ରମ କରି ଝାଡଖଣ୍ଡ ମୁହାଁ ହେବାପରେ କୋଲକାତାସ୍ଥିତ ନେଜାତୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବୁଧବାର ସଂଧ୍ୟା ୬.୩୦ରେ ବିମାନ ସେବା ଆରମ୍ଭ କରାଯାଇଛି। ସେହିଭଳି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବୁଧବାର ସଂଧ୍ୟା ୭ଟାରେ ବିମାନ ଉଡାଣ ଆରମ୍ଭ ହୋଇଛି। ଇତିମଧ୍ୟରେ ୟସ୍‍ରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହିତ ସଡକ, ବିଦ୍ୟୁତ ସଂଯୋଗ ଆଦି ଅତ୍ୟାବଶ୍ୟକ ସେବା ଶୀଘ୍ର ସ୍ୱାଭାବିକ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories