www.samajalive.in
Saturday, December 6, 2025
23.1 C
Bhubaneswar

ଡୋମିନାକାରେ ଧରାପଡିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍ଷି

ନୂଆଦିଲ୍ଲୀ: ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି। ପରେ ତାଙ୍କୁ ଆଣ୍ଟିଗୁଆ ପୁଲିସକୁ ହସ୍ତାନ୍ତର କରାଯାଇଛି। ଚଳିତ ମାସ ୨୩ ତାରିଖରେ ଚୋକ୍ଷି ଆଣ୍ଟିଗୁଆରେ ଥିବା ତାଙ୍କ ବାସଭବନରୁ ଏକ ପ୍ରସିଦ୍ଧ ଭୋଜନାଳୟକୁ ଖାଇବାକୁ ଯାଇ ଆଉ ଫେରିନଥିଲେ। ତାଙ୍କ ଗାଡିକୁ ଠାବ କରାଯାଇଥିଲେ ମଧ୍ୟ ଚୋକ୍ଷିଙ୍କ ସନ୍ଧାନ ମିଳିନଥିଲା। ସୂଚନାଯୋଗ୍ୟ ଯେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବହୁକୋଟି ଟଙ୍କା ଦୁର୍ନୀତିରେ ଅଭିଯୁକ୍ତ ମେହୁଲ ଚୋକ୍ଷିଙ୍କ ବିରୁଦ୍ଧରେ ଭାରତୀୟ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକାଧିକ ମାମଲା ରୁଜ୍ଜୁ କରିଛି। ତେବେ ପିଏନବି ଦୁର୍ନୀତି ଲୋକଲୋଚନକୁ ଆସିବାର ପ୍ରାୟ ଏକମାସ ପୂର୍ବରୁ ୨୦୧୮ ଜାନୁଆରୀରେ ଚୋକ୍ଷି ଭାରତ ଛାଡି ଦ୍ୱୀପଦେଶ ଆଣ୍ଟିଗୁଆକୁ ଚାଲିଯାଇଥିଲେ। ସେ ୨୦୧୭ରେ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଥିଲେ।
ଆଣ୍ଟିଗୁଆରୁ ନିଖୋଜ ହେବାର ତିନିଦିନ ପରେ ତାଙ୍କୁ ଡୋମିନିକାରେ ଠାବ କରାଯାଇଥିଲା। ଏହି ପଳାତକ ବ୍ୟବସାୟୀଙ୍କ ବିରୁଦ୍ଧରେ ଜାରି ୟେଲୋ ନୋଟିସ ବଳରେ ସ୍ଥାନୀୟ ପୁଲିସ ତାଙ୍କୁ ଗିରଫ କରିଥିଲା। ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷହେବା ପରେ ତାଙ୍କୁ ଆଣ୍ଟିଗୁଆ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ପିଏନବି ଦୁର୍ନୀତିରେ ସଂପୃକ୍ତ ମେହୁଲ ଚୋକ୍ଷିଙ୍କ ପୁତୁରା ନୀରବ ମୋଦି ଲଣ୍ଡନ ଚାଲିଯାଇଥିବାବେଳେ ସେଠାରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି। ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ପ୍ରକ୍ରିୟା ଚାଲିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories