www.samajalive.in
Saturday, December 6, 2025
14.1 C
Bhubaneswar

ଆତଙ୍କବାଦକୁ କୂଟନୀତି ଭାବରେ ଗ୍ରହଣ କରିପାରିବୁ ନାହିଁ: ଜୟଶଙ୍କର

ନ୍ୟୁୟର୍କ: ଭାରତ ଆତଙ୍କବାଦକୁ ଗ୍ରହଣ କରିବ ନାହିଁ କିମ୍ବା ଏହା ଏହାକୁ କୂଟନୀତି, ଅନ୍ୟ କିଛି ପ୍ରକାରର ରାଷ୍ଟ୍ରନୀତି ଆକାରରେ ଗ୍ରହଣ କରିବ ନାହିଁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ କରିଦେଇଛନ୍ତି। ସଂପ୍ରତି ଆମେରିକାକୁ ସରକାରୀ ଗସ୍ତରେ ଥିବା ଜୟଶଙ୍କର ବୁଧବାର ଦିନ ଏଠାରେ କହିଛନ୍ତି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନିମନ୍ତେ ହୋଇଥିବା ରାଜିନାମା ଏକ ଉତ୍ତମ ପ୍ରୟାସ, କିନ୍ତୁ ତାହାଠାରୁ ଯଥେଷ୍ଟ ବଡ ପ୍ରସଙ୍ଗ ରହିଛି। ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେନେରାଲ ଏଚଆର ମ୍ୟାକମାଷ୍ଟରଙ୍କ ସହିତ ଭାରତ ପାଇଁ ଏକ ରଣକୋ÷ଶଳାତ୍ମକ ସହଭାଗିତା ନିମନ୍ତେ ସୁଯୋଗ ଏବଂ ଆହ୍ୱାନ ଶୀର୍ଷକ ବିଷୟ ଉପରେ ସରଗରମ ଆଲୋଚନାରେ ଅଂଶଗ୍ରହଣ କରି ଜୟଶଙ୍କର ଏଭଳି ମନ୍ତବ୍ୟ ଦେଇଛନ୍ତି। ହୁଭର୍‍ ଇନଷ୍ଟିଚ୍ୟୁସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ପାକିସ୍ତାନ ସମ୍ପର୍କିତ ଏକ ପ୍ରଶ୍ନର ଜବାବ ରଖି ଜୟଶଙ୍କର କହିଥିଲେ, ଭାରତ ଓ ପାକିସ୍ତାନ ଉଭୟ ଦେଶର ସାମରିକ ପରିଚାଳନା ମହାନିର୍ଦ୍ଦେଶକଙ୍କ ମଧ୍ୟରେ କିଛି ସପ୍ତାହ ତଳେ ଏକ ଅସ୍ତ୍ରବିରତି ରାଜିନାମା ହୋଇଥିଲା। କିନ୍ତୁ ପାକିସ୍ତାନ ପଟୁ ବରାବର ଅନୁପ୍ରବେଶ ଘଟଣା ଘଟୁଛି। ତେଣୁ ଭାରତୀୟ ଯବାନ ଯଦି ଗୁଳିଚାଳନା କରୁଛନ୍ତି, ତାହାର ମୂଳ କାରଣ ହେଉଛି ଅନୁପ୍ରବେଶ। ଯଦି ଅନୁପ୍ରବେଶ ନହେବ, ତେବେ ଗୁଳିଚାଳନା ହେବା ସମ୍ଭାବନା ନାହିଁ। ଏହାଠାରୁ ମଧ୍ୟ ଅନେକ ବଡ ବଡ ପ୍ରସଙ୍ଗ ରହିଛି। ୧୯୪୭ ଠାରୁ ଦୁଇଦେଶ ମଧ୍ୟରେ ସୀମାପାର ଆତଙ୍କବାଦକୁ ନେଇ ଉତ୍ତେଜନା ଲାଗିରହିଥିବା ଯେତେବେଳେ କୁହାଯାଉଛି, ସେତେବେଳେ ଏହାଦ୍ୱାରା କେତେ କ୍ଷତି ହୋଇଥିବ ତାହା ମଧ୍ୟ ଅନୁମେୟ। ଆତଙ୍କବାଦ ଦ୍ୱାରା ଉକ୍ତ ରାଷ୍ଟ୍ରକୁ କେତେ ମୂଲ୍ୟ ଦେବାକୁ ପଡୁଛି, ତାହାର ସମୁଦାୟ ସମାଜ ଉପରେ କିଭଳି ପ୍ରଭାବ ପଡୁଛି ତାହା ମଧ୍ୟ ତାହା ମଧ୍ୟ ସେମାନେ ଭଲଭାବରେ ଜାଣନ୍ତି। ସେମାନେ ଯାହା କରୁଛନ୍ତି, ସେମାନଙ୍କ ନିଜ ପାଇଁ କରୁଛନ୍ତି, ଏକଥା ସେମାନଙ୍କୁ ବୁଝିବାକୁ ହେବ। ଭାରତ କିନ୍ତୁ ଦ୍ୱିପାକ୍ଷିକ ସଂପର୍କକୁ ସ୍ୱାଭାବିକ କରିବା ନେଇ ନିଜର ସ୍ପଷ୍ଟ ମନୋଭାବ ଜଣାଇ ସାରିଛି। ଆମ ଚିନ୍ତନରେ ଥିବା ସ୍ପଷ୍ଟ କଥା ହେଉଛି ଆତଙ୍କବାଦକୁ ଆମେ ଗ୍ରହଣ କରିପାରିବୁ ନାହିଁ। ଏହାକୁ ସେମାନେ କୂଟନୀତି, ରାଷ୍ଟ୍ରବାଦ ଭଳି ଯେଉଁଭାବରେ ଉପସ୍ଥାପନ କଲେ ମଧ୍ୟ ତାହା ଗ୍ରହଣୀୟ ନୁହେଁ। ଗତ ମାର୍ଚ୍ଚ ମାସରେ ପାକିସ୍ତାନ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଦେଶର ସେନା ମୁଖ୍ୟ ଜେନେରାଲ କମର ବାଜୱା କହିଥିଲେ ଯେ, ଭାରତ ଓ ପାକିସ୍ତାନ ଅତୀତକୁ ପଛରେ ପକାଇ ଆଗକୁ ଆସିବା ଆବଶ୍ୟକ। ଏହି ଦୁଇଦେଶ ମଧ୍ୟରେ ଶାନ୍ତି ସମୁଦାୟ ଦକ୍ଷିଣ ଓ କେନ୍ଦ୍ର ଏସିଆର ସାମର୍ଥ୍ୟକୁ ଅଧିକ ମଜଭୁତ କରିପାରିବ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏଭଳି ମନ୍ତବ୍ୟ ଦେବାର ଦିନକ ପରେ ବାଜୱା ଏହା କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories