www.samajalive.in
Saturday, December 6, 2025
16.1 C
Bhubaneswar

ବନ୍ଦେ ଭାରତ ମିଶନ୍ : ଆସନ୍ତା ୧୪ ରେ ଦୁବାଇରୁ ୨୦୦ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ଵର ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଭୁବନେଶ୍ଵର : ଭାରତ ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଜରିଆରେ ଆସନ୍ତା ୧୪ ତାରିଖ ଦୁବାଇରୁ ଭୁବନେଶ୍ଵରକୁ ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ପ୍ରଥମ ବିମାନ । ଏହି ସ୍ବତନ୍ତ୍ର ବିମାନରେ ପ୍ରାୟ ୨୦୦ ପ୍ରବାସୀ ଆସିବେ ବୋଲି ଜଣାପଡିଛି । ପ୍ରବାସୀ ଭାରତୀୟ ଓ ୟୁଏଇରେ ଥିବା ଓଡ଼ିଶା ସମାଜର ପ୍ରୟାସରେ ଏହି ବିମାନ ୨୦୦ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ବିଦେଶରେ ଫଶି ରହିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଓ ‘ସମୁଦ୍ର ସେତୁ’ ନାମରେ ଦୁଇଟି ଯୋଜନା କରିଥିଲେ । ଏହି ଦୁଇ ଯୋଜନା ମାଧ୍ୟରେ ଉଭୟ ବିମାନ ଏବଂ ନୌସେନାର ଜାହାଜ ମାଧ୍ୟମରେ ଭାରତ ଫେରାଇ ଅଣାଯାଉଛି । ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଫେରାଇ ଆଣୁଛନ୍ତି। ତେବେ ଦୁବାଇରେ ଥିବା ଓଡ଼ିଆ ଘରକୁ ଫେରିବାକୁ ଚାହୁଁଥିବାରୁ ପ୍ରବାସୀଙ୍କ ପ୍ରୟାସରେ ଏଭଳି ବ୍ୟବସ୍ଥା କରାଯାଇଛି।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories