www.samajalive.in
Saturday, December 6, 2025
16.1 C
Bhubaneswar

ଦେଶର ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ କୋଭିଡ-୧୯ ସଂକ୍ରମଣ, ମୋଟ ୬୨% ସକ୍ରିୟ ସଂକ୍ରମିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶର ପାଞ୍ଚଟି ରାଜ୍ୟରେ କୋଭିଡ-୧୯ର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ଦେଶର ମୋଟ ସଂକ୍ରମଣର ୬୨ ପ୍ରତିଶତ ସକ୍ରିୟ ସଂକ୍ରମିତ ଏହି ପାଞ୍ଚଟି ରାଜ୍ୟରେ ଅଛନ୍ତି। ମନ୍ତ୍ରଣାଳୟ ଏହି ପାଞ୍ଚଟି ରାଜ୍ୟରେ ସକ୍ରିୟ ମାମଲା ସମ୍ପର୍କରେ ସୂଚନା ଦେଇଛି।

ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସଂକ୍ରମଣ

- Advertisement -

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶରେ କରୋନା ଭୂତାଣୁ ସମ୍ବନ୍ଧୀୟ ସଂକ୍ରମଣ ବିଷୟରେ ବିସ୍ତୃତ ସୂଚନା ଦେଇଛି । ମନ୍ତ୍ରଣାଳୟ କହିଛି ଯେ ଦେଶର ପାଞ୍ଚଟି ରାଜ୍ୟ ମଧ୍ୟରେ କରୋନା ସଂକ୍ରମଣ ସର୍ବାଧିକ। ଏହି ପାଞ୍ଚଟି ରାଜ୍ୟରେ ଏହି ସଂଖ୍ୟା ମୋଟ ସଂକ୍ରମଣର ୬୨ ପ୍ରତିଶତ। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶରେ କରୋନାରେ ବର୍ତ୍ତମାନ ୨,୫୪,୨୫୪ ସକ୍ରିୟ ଆକ୍ରାନ୍ତ ଅଛନ୍ତି।  ସେଥିମଧ୍ୟରୁ ୧,୫୭,୧୦୬ ସଂକ୍ରମିତ କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଛତିଶଗଡର ଅଛନ୍ତି।

କେରଳ-ମହାରାଷ୍ଟ୍ରରେ ସ୍ଥିତି ଖରାପ

ମନ୍ତ୍ରଣାଳୟ ସୂଚନା ଦେଇଛି ଯେ କେରଳରେ ୬୫ ହଜାର ୩୮୧, ମହାରାଷ୍ଟ୍ରରେ ୫୪,୦୪୫, ଉତ୍ତର ପ୍ରଦେଶରେ ୧୪ ହଜାର ୨୬୦, ପଶ୍ଚିମବଙ୍ଗରେ ୧୧ ହଜାର ୯୮୫ ଏବଂ ଛତିଶଗଡରେ ୧୧ ହଜାର ୪୩୫ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ୬ଟି ସ୍ଥାନରେ ଦଶ ହଜାରରୁ ଅଧିକ ସକ୍ରିୟ ସକ୍ରିୟ ସଂକ୍ରମିତ ରହିଛନ୍ତି।  ସେଥିମଧ୍ୟରୁ କେରଳ ଏବଂ ମହାରାଷ୍ଟ୍ରରେ ୫୦ ହଜାରରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଚନ୍ତି। ଏଥି ସହିତ, ଏହି ତାଲିକାରେ ଅନ୍ତର୍ଭୁକ୍ତ ଅବଶିଷ୍ଟ ଚାରିଟି ରାଜ୍ୟରେ ୧୫ହଜାରରୁ କମ୍ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

କ୍ରମାଗତ ଭାବେ ବୃଦ୍ଧି ପାଉଛି କରୋନା ସଂକ୍ରମଣ

ସୂଚନା ଅନୁଯାୟୀ, ବର୍ତ୍ତମାନ ଦକ୍ଷିଣ କେରଳରେ୬୦,୦୦୦ରୁ ଅଧିକ ସକ୍ରିୟ କରୋନା ସଂକ୍ରମିତ ଅଛନ୍ତି । ଏପର୍ଯ୍ୟନ୍ତ ଏଠାରେ ୭,୬୦,୯୩୩ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ କେରଳରେ ତିନି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ମହାରାଷ୍ଟ୍ରରେ ପ୍ରାୟ ୨୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କର୍ଣ୍ଣାଟକରେ ୫୪ ହଜାର ସକ୍ରିୟ ଆକ୍ରାନ୍ତ ଅଚନ୍ତି । ଉତ୍ତରପ୍ରଦେଶରେ ମଧ୍ୟ ୬ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ପଶ୍ଚିମବଙ୍ଗ ପ୍ରାୟ ସାଢେ ପାଞ୍ଚ ଲକ୍ଷ  ଏବଂ ଛତିଶଗଡରେ ପ୍ରାୟ ୨ ଲକ୍ଷ ୮୦ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories