ସମାଜ ପୋର୍ଟାଲ ଡେସ୍କ : ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଥିବା ପାକିସ୍ତାନ ସେନାକୁ ପୁଣିଥରେ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଥିବା ପାକିସ୍ତାନସେନାକୁ ଜବାବ ଦେବାକୁ ଯାଇ ଭାରତୀୟ ସେନା କରିଥିବା ଗୁଳି ବର୍ଷଣରେ ୫ ପାକିସ୍ତାନ ଯବାନ ନିହତ ହୋଇଛନ୍ତି। ଏଥି ସହ ଭାରତୀୟ ସେନାର ଗୁଳିରେ ପାକିସ୍ତାନର ଅନେକ ସେନାପୋଷ୍ଟ ନଷ୍ଟ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ପାକିସ୍ତାନ ସେନା ଶୁକ୍ରବାରରେ ବାଲାକୋଟ ସେକ୍ଟରରେ ପ୍ରବଳ ଗୁଳି ବର୍ଷଣ କରିଥିଲା। ଏହାପରେ ପୁଣିଥରେ ପାକିସ୍ତାନୀସେନା ଶନିବାର ସକାଳେ ଶାହାପୁର, କସବା-କିରାନୀରେ ମଧ୍ୟ ଗୁଳିବର୍ଷଣ କରିଥିଲା। ଏତିକିରେ ଶାନ୍ତହୋଇନଥିଲା ପାକିସ୍ତାନ ପୁଣିଥରେ ଶନିବାର ରାତିରେ ବାଲାକୋଟ, କସବା, କିରାନୀ ଓ ଶାହାପୁର ସେକ୍ଟରର ସହିତ ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ଗୁଳି ବର୍ଷଣ କରିଥିଲା। ପାକିସ୍ତାନ ସେନାର ଗୁଳିରେ ଜଣେ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଦୁଇ ଜଣ ସାଧାରଣ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏଥି ସହିତ ପାକିସ୍ତାନ ସେନାର ଗୁଳିରେ ବାଲାକୋଟ ସେକ୍ଟରରେ ଥିବା ଗ୍ରାମ ଗୁଡିକରେ ବ୍ୟାପକ ଘର ନଷ୍ଟ ହୋଇଥିଲା।
ଯାହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପାକିସ୍ତାନ ସେନାକୁ ଉଚିତ ଜବାବ ଦେଇଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର ନୀଲମ ଉପତ୍ୟକାରେ ପ୍ରବଳ ଗୁଳିମାଡ କରାଯାଇଥିଲା। ଯାହା ଫଳରେ ୫ ପାକିସ୍ତାନ ଯବାନ ନିହତ ହୋଇଥିବା ବେଳେ ପାକିସ୍ତାନ ସେନାର ଅନେକ ପୋଷ୍ଟ ନଷ୍ଟ ହୋଇଥିବା ଜଣାପଡିଛି।



