www.samajalive.in
Friday, December 5, 2025
20.1 C
Bhubaneswar

୫ ସନ୍ତାନଙ୍କୁ ଧରି ନଦୀକୁ ଡେଇଁଲା ମା’; ନିଜେ ପହଁରି ଆସିଲା, ବୁଡ଼ିଗଲେ ପିଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋହୀ ଜିଲାରେ ରବିବାର ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ତା’ର ୫ ସନ୍ତାନଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡ଼ିଛି। ଘଟଣା ପରେ ମହିଳା ଜଣକ ପହଁରି ପହଁରି କୂଳକୁ ଚାଲିଆସିଥିବାବେଳେ ୫ଟି ଯାକ ପିଲା ପାଣିରେ ବୁଡ଼ିଯାଇଛନ୍ତି। ଖବରପାଇ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ମହିଳା ଜଣକ ଭଦୋହୀ ଜିଲାର ଗୋପୀଗଞ୍ଜ ଥାନା ଅନ୍ତର୍ଗତ ଜହାଙ୍ଗୀରବାଦ ଗାଁର ମୃଦୁଳ ଯାଦବଙ୍କ ପତ୍ନୀ ମଞ୍ଜୁ ଯାଦବ। ଶନିବାର ବିଳମ୍ବିତ ରାତିରେ ସେ ତାଙ୍କ ୫ ପିଲା ଶିବ ଶଙ୍କର(୬), କେଶବ ଯାଦବ(୩), ଆରତୀ(୧୧), ସରସ୍ବତୀ(୭) ଏବଂ ମାତେଶ୍ବରୀ(୫)ଙ୍କୁ ଧରି ଘରୁ ପଳାଇ ଆସିଥିଲେ। ରବିବାର ଭୋର ସମୟରେ ମଞ୍ଜୁ ଗଙ୍ଗା ଘାଟରେ ପିଲାମାନଙ୍କୁ ଧରି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଡେଇଁପଡ଼ିବା ପରେ ସେ ନିଜେ ପହଁରି କୂଳକୁ ପଳାଇ ଆସିଥିଲେ। ଘଟଣା ପରେ ସେ ନଦୀ ଘାଟରେ ବସିଥିଲେ। ସ୍ଥାନୀୟ ଗ୍ରାମବାସୀ ଯେତେବେଳେ ତାଙ୍କୁ ଘାଟରେ ବସିଥିବା ଦେଖି ପଚାରିଥିଲେ, ସେତେବେଳେ ମଞ୍ଜୁ ଘଟଣା ବିଷୟରେ କହିଥିଲେ। ସେ ନିଜେ ପିଲାମାନଙ୍କୁ ପାଣିରେ ବୁଡ଼ାଇ ଦେଇଥିବା ମହିଳା ଜଣକ କହିଥିଲେ। ପିଲାମାନଙ୍କ ମଧ୍ୟରେ ୩ କନ୍ୟା ସନ୍ତାନ ଥିବାବେଳେ ୨ ଶିଶୁପୁତ୍ର ଥିଲେ। ଏହା ପରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପିଲାମାନଙ୍କ ବାପା ଶନିବାର ଝାଡ଼ଖଣ୍ଡସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ବାମୀଙ୍କ ସହିତ ଝଗଡ଼ା ହେବାରୁ ମହିଳା ଜଣ ଏପରି ପଦକ୍ଷେପ ନେଇଥିବା କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories