www.samajalive.in
Sunday, December 14, 2025
14.1 C
Bhubaneswar

ଉଡାଣ ଯୋଜନାରେ ରାଜ୍ୟରେ ୫ ଟି ଏୟାରପୋର୍ଟ ପାଇଁ ଦାବି

ଭୁବନେଶ୍ଵର : କେନ୍ଦ୍ର ସରକାର ଆଞ୍ଚଳିକ ଯୋଗାଯୋଗ କୁ ବ୍ୟାପକ ଓ ବିକଶିତ କରିବା ସହ ସମସ୍ତଙ୍କ ପାଇଁ ଆକାଶପଥ କୁ ସୁଗମ ଓ ଏହା ମାଧ୍ୟମ ରେ ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବାକୁ ଉଡାଣ ଯୋଜନା ରେ ଦେଶରେ ୧୦୦ ଟି ଏୟାରଷ୍ଟ୍ରିପକୁ ବିକଶିତ କରିବାକୁ ଯୋଜନା କରିଛନ୍ତି । ଓଡିଶାରେ ମଧ୍ୟ ଉଡାନ ଯୋଜନାରେ ତିନୋଟି ଏୟାରଷ୍ଟ୍ରିପ ପାଇଁ ଅନୁମୋଦନ ମିଳିଛି। ହେଲେ ଏହି ଯୋଜନା ରାଜ୍ୟର ଆଉ ପାଞ୍ଚୋଟି ଏୟାରଷ୍ଟ୍ରିପ ରଙ୍ଗେଈଲୁଣ୍ଡା,କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ ଓ ରାସଗୋବିନ୍ଦପୁରରେ କରି ବିମାନ ଚଳାଚଳକୁ ସୁଗମ କରିବା ପାଇଁ ଦାବି କରାଯାଇଛି। ଏଥିସହିତ ଉଡାନ ଯୋଜନା ରାଜ୍ୟର ଆଉ ୫ ଏୟାରଷ୍ଟ୍ରିପ ଦାବିକୁ ନେଇ ଓଡ଼ିଶାର ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଉଡାନ ଯୋଜନାରେ ରାଜ୍ୟରେ ଆଉ ୫ଟି ଏୟାରଷ୍ଟ୍ରିପ କରାଗଲେ ଅର୍ଥନୈତିକ ବିକାଶ ସହ ପର୍ଯ୍ୟଟନ ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶା ନାଗରିକ ସମାଜ, ଆମ ଜନତା ଅଧିକାର ଓ ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ଦାବି କରିଛି । କୋଣାର୍କ, କଳିଙ୍ଗନଗର, ପାରାଦ୍ୱୀପ, ରଙ୍ଗେଈଲୁଣ୍ଡା ଓ ରାସଗୋବିନ୍ଦପୁରରେ ଏୟାରଷ୍ଟ୍ରିପ ନିର୍ମାଣ ହେଲେ ଏହା ଓଡିଶା ତଥା ଦେଶର ବିକାଶ ରେ ଆଉ ଏକ ନୂଆ ଫର୍ଦ ଯୋଡି ହେବ । ସପ୍ତାଶ୍ଚର୍ଯ୍ୟ, କୋଣାର୍କ ଓ ପୁରୀ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ପରିଚୟ ପାଇବ । କଳିଙ୍ଗନଗର ଶିଳ୍ପ,ଖଣି ର ବିକାଶ ସହ ଯାଜପୁର ଜିଲ୍ଲାର ବୌଦ୍ଧକୀର୍ତ୍ତିର ପ୍ରଚାର ଓ ପ୍ରସାର ରେ ସହାୟକ ହେବ।

- Advertisement -

ରଙ୍ଗେଈଲୁଣ୍ଡା ଯୋଗୁଁ ଗୋପାଳପୁର ବନ୍ଦର, ବେଳାଭୂମି, ବାଣିଜ୍ୟ ଓ ପର୍ଯ୍ୟଟନ ବିକାଶ ସହିତ ପଡୋଶୀ ରାଜ୍ୟ ମଧ୍ୟ ଲାଭ ପାଇବ। ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯାଇ କାମ କରୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ଉପକୃତ ହେବେ । ପାରାଦ୍ୱୀପ ବନ୍ଦର ସହ ଅନେକ ବଡ଼ ବଡ଼ ଶିଳ୍ପ କଳକାରଖାନା ରେ ଏହା ବେଶ ସହାୟକ ହେବ ସେହିପରି ରାସଗୋବିନ୍ଦପୁର ଏୟାର ଷ୍ଟ୍ରିପ ଶିମିଳିପାଳ ଅଭୟାରଣ୍ୟ, ଖଣିଖଦାନ ବିକାଶ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡିଶାର ଆଦିବାସୀ ଅଂଚଳର ବିକାଶ ହୋଇ ପାରିବ ବୋଲି ଆମ ଜନତା ଅଧିକାରର ରାଜ୍ୟ ଆବାହକ ମନୋଜ ଜେନା , ଓଡିଶା ନାଗରିକ ସମାଜ ର ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ଯୁବ ସଂଗଠନ ର ଅଧ୍ୟକ୍ଷ ନିଳାଞ୍ଚଳ ପାତ୍ର, ସଭ୍ୟ ଶୁଭାଶିଷ ଦାସ, ଆମ ଜନତା ଅଧିକାର ର ସହ ଆବାହକ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ ପ୍ରମୁଖ ଦାବି କରି ଏକ ଦାବିପତ୍ର ଓଡ଼ିଶାର ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀକୁ ମଧ୍ୟ ଅନୁରୂପ ଦାବି କରିବାକୁ ସଂଗଠନ ଅନୁରୋଧ କରିଛନ୍ତି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories