www.samajalive.in
Saturday, December 13, 2025
21.1 C
Bhubaneswar

କିଏ ହାତେଇବ ବାଲେଶ୍ଵର ଓ ତିର୍ତ୍ତୋଲ ଆସନ? ଆସନ୍ତାକାଲି ଆସିବ ଉପନିର୍ବାଚନ ଫଳାଫଳ

ଭୁବନେଶ୍ଵର : ଆସନ୍ତାକାଲି ରାଜ୍ୟର ଦୁଇଟି ବିଧାନସଭା ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନର ଫଳାଫଳ ଆସିବ। ଆସନ୍ତାକାଲି ସକାଳ ୮ ଟାରୁ ଏହି ଦୁଇଟି ଉପନିର୍ବାଚନ ଭୋଟ ଗଣତି କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ବହୁ ପ୍ରତୀକ୍ଷିତ ରାଜ୍ୟର ଏହି ଦୁଇ ଉପନିର୍ବାଚନର ଫଳାଫଳ କେଉଁ ଦଳ ସପକ୍ଷରେ ଆସିବ ତାହାକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି। ରାଜ୍ୟର ୩ ଟି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଏହି ଦୁଇ ଉପନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ମଧ୍ୟ ଆସନ୍ତାକାଲିର ଫଳାଫଳକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।

ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବାଲେଶ୍ଵର ଓ ବିଜେଡ଼ି ତିର୍ତ୍ତୋଲ ଆସନ ଦଖଲ କରିଥିଲା । ଉଭୟ ବିଧାୟକଙ୍କ ଅକାଳ ପରଲୋକ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଉଭୟ ବିଜେଡ଼ି ଓ ବିଜେପି ନିଜ ନିଜ ଆସନ ଦଖଲ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ମଧ୍ୟ ନିଜ ହୃତଗୌରବ ଫେରି ପାଇବାକୁ ଆଶା ବାନ୍ଧିଛି । କଂଗ୍ରେସ ବିଜୟୀ ହେବ କି ନ ହେବ ତାହା ଭିନ୍ନ କଥା, ମାତ୍ର ଅନ୍ୟ ଦୁଇ ଦଳର ବିଜୟ ଓ ପରାଜୟ, ଭୋଟ ବ୍ୟବଧାନ ହ୍ରାସ ବୃଦ୍ଧିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହା ନିଶ୍ଚିତ ବୋଲି ରାଜନେତୖକ ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାଲେଶ୍ଵରରେ ସ୍ବାଧୀନ ପାର୍ଥୀ ବେଣୁଧର ବାରିକମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପା​‌ରନ୍ତି ରାଜନେତୖକ ପର୍ଯ୍ୟବେକ୍ଷକମାନେ କହଛନ୍ତି।

- Advertisement -

ଏହାରି ମଧ୍ୟରେ ଆସନ୍ତାକାଲି ସକାଳ ୮ ଟାରେ ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। କୋଭିଡ ନିୟମ ଅନୁସାରେ ଏହି ଦୁଇଟି ସ୍ଥାନରେ ଭୋଟ ଗଣତି କରାଯିବ। ଗଣତି ସମୟରେ ପୂର୍ବରୁ ଗୋଟିଏ ରୁମରେ ୧୪ ଟେବୁଲ ରଖାଯାଉଥିଲା ତେବେ କରୋନା ସମୟରେ ଗହଳି କାମଇବା ପାଇଁ ଚଳିତ ଥର ୧୪ ବଦଳରେ ୭ ଟେବୁଲ ରହିଛି।  ସେହିଭଳି ୩ଟି କାଉଣ୍ଟିଂ ହଲ୍ ରହିଥିବା ବେଳେ ୬୭ ଆରଓ ଓ ଏଆରଓଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ଵର ପାଇଁ ୩ଟି ଏଆରଓ ଓ ତିର୍ତ୍ତୋଲ ପାଇଁ ୨ଟି ଏଆରଓ ରହିଛି।  ବାଲେଶ୍ୱର ସଦର ପାଇଁ ବାଲେଶ୍ୱର କଲେକ୍ଟରେଟ୍ ଓ ତିର୍ତ୍ତୋଲ ପାଇଁ ଜଗତସିଂହପୁରରେ ଏସଭଏମ୍ କଲେଜରେ ଭୋଟ ଗଣନା ହେବ।

ପ୍ରଥମେ ପୋଷ୍ଟାଲ ବାଲାଟରେ ଗଣତି ହେବ ଏବଂ ସାଢେ ୮ଟାରୁ ଇଭିଏମ ଗଣନା ଆରମ୍ଭ ହେବ । ସାମାଜିକ ଦୂରତା, ମାସ୍କ, ଫେସ ସିଲଡ଼, ସାନିଟାଇଜର, ୱାୟାରଲେସ ବ୍ୟାରିକେଡ, ଟ୍ରାନ୍ସପାରେଣ୍ଟ ପଲିଥିନ ସିଟ୍ ରହିବ । ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ସେହିପରି ଏସବୁ ସରିବା ପରେ ୫ଟି ଭିଭିପାଟ୍ ଗଣନା ହେବ । ଇସିଆଇ ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ । ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ । ଏଥିସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପ୍ରତି ରାଉଣ୍ଡ ଅନୁସାରେ ରେଜଲ୍ଟ ଜଣାପଡିବ । ସ୍ଥାନୀୟ ପୋଲିସ ଓ ସିଏପିଏଫ ଗଣତି କେନ୍ଦ୍ରରେ ଉପସ୍ଥିତ ରହିବେ ।

 

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories