www.samajalive.in
Saturday, December 13, 2025
26.1 C
Bhubaneswar

ସୁଖମୟ ଜୀବନ ପାଇଁ କିଛି ଜାଣିବା କଥା

ଜାଣନ୍ତୁ ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର କେଉଁ ଦ୍ରବ୍ୟକୁ ବ୍ୟବହାର କରିବା ଅନୁଚିତ। କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
କଲମ –
ଯହି ଆବଶ୍ୟକ ସମୟରେ ଆପଣ ଅନ୍ୟ କାହାର କଲମ ନେଉଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ତାଙ୍କ କଲମ ନିଶ୍ଚୟ ଫେରାନ୍ତୁ। କଲମ ଫେରସ୍ତ ନ କରିବା ଦ୍ୱାରା ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ।
ଘଣ୍ଟା –
ବାସ୍ତୁ ଅନୁଯାୟୀ ଅନ୍ୟ କାହାର ଘଣ୍ଟା ନିଜ ହାତରେ ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କୁ ସଫଳତା ପ୍ରାପ୍ତି ହୋଇନଥାଏ। ଆପଣଙ୍କ ପରିଶ୍ରମ ମଧ୍ୟ ବୃଥା ହୋଇଥାଏ।
ମିଳିଥିବା ଉପହାର –
ଯଦି ଆପଣଙ୍କୁ କେହି କୌଣସି ଦ୍ରବ୍ୟ ଉପହାର ଦେଉଛି ତେବେ ସେହି ଦ୍ରବ୍ୟକୁ ଆପଣ ଅନ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ। ଏତଦ ବ୍ୟତୀତ ଯଦି କୌଣସି ବସ୍ତୁ ଆପଣଙ୍କ ସୌଭାଗ୍ୟ ସହ ଜଡ଼ିତ ତାହାକୁ ମଧ୍ୟ ଅନ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ନିକଟରୁ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଆପଣଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ।
ଅନ୍ୟର ବସ୍ତ୍ର ପରିଧାନ କରନ୍ତୁ ନାହିଁ –
ଅନ୍ୟ ବସ୍ତ୍ର ପରିଧାନ କରିବା ଦ୍ୱାରା ସେହି ବ୍ୟକ୍ତିର ନକରାତ୍ମକ ଶକ୍ତି ଆପଣଙ୍କ ନିକଟକୁ ଆସିଥାଏ। ତେଣୁ ଅନ୍ୟର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ।
ବିଛଣାର ବ୍ୟବହାର –
କେବେ ମଧ୍ୟ ଅନ୍ୟ କାହାର ବିଛଣା କିମ୍ବା ଶୋଇବା କକ୍ଷର ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଧନସମ୍ପତ୍ତିର କ୍ଷୟ ହେବା ସହ ଅଶାନ୍ତି ଲାଗି ରହିଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories