ସାଲେପୁର : ସାଲେପୁର ବ୍ଲକ ଅଞ୍ଚଳର ତ୍ରିଲୋଚନପୁର ଓ ମହାଜନ ପୁର ଗ୍ରାମ ଉପରେ ଜଗତପୁର ପୁଲିସ ପକ୍ଷରୁ ଆଜି ଚଢ଼ଉ କରାଯାଇ ପ୍ରାୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହାତ ତିଆରି ବାଣ ଜବତ କରାଯାଇଛି ।ଏହି ଘଟଣାରେ ପୁଲିସ ତ୍ରିଲୋଚନ ପୁର ଗ୍ରାମର ଦୁଇ ଜଣ ଏବଂ ପଦ୍ମପୁରର ଜଣେ ଲୋକଙ୍କୁ ଜଗତପୁର ଥାନାରେ ଅଟକ ରଖିଥିବା ଜଣାପଡିଛି ।ଆଗକୁ ଦୀପାବଳି ପାଳନ କରାଯିବା ଅବସରରେ ଏଠାରେ ବାଣ ତିଆରି କରୁଥିବା ଅଭିଯୋଗ ପୁଲିସ ପାଇବା ପରେ ଚଢ଼ଉ କରାଯାଇଥିଲା ।ସରକାର ବାଣ ବିକ୍ରି ଓ ତିଆରି ଉପରେ କଟକଣା ଜାରି କରିଛନ୍ତି ।ପୁଲିସ ଏହି କାରଣ ଯୋଗୁଁ ବାଣ ଜବତ କରିଥିବା କୁହାଯାଇଛି ।
Popular Categories



