www.samajalive.in
Tuesday, December 9, 2025
19.1 C
Bhubaneswar

ଗୋଟିଏ ପରିବାରର ୫ଜଣଙ୍କ ମୃତଦେହ ଜବତ : ଆତ୍ମହତ୍ୟା ସନ୍ଦେହ

ଚେନ୍ନଇ : ସୋମବାର ତାମିଲନାଡୁର ଭିଲ୍ଲୁପୁରମ୍ ନିକଟ ଏକ ଘରୁ ଜନୈକ ଦମ୍ପତି ଏବଂ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ସାମୁହିକ ଆତ୍ମହତ୍ୟା ବୋଲି ଜଣାପଡିଛି। ପରିବାରର ପୁରୁଷ ଓ ମହିଳା ପ୍ରଥମେ ଆଠ ଏବଂ ସାତ ବର୍ଷର ଝିଅ ଏବଂ ପାଞ୍ଚ ବର୍ଷ ପୁଅକୁ ହତ୍ୟା କରିଥିଲେ ଏବଂ ପରେ ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି।
ସୂଚନା ମିଳିଛି ଯେ ୩୭ ବର୍ଷ ବୟସ୍କ ବ୍ୟକ୍ତି ଋଣଗ୍ରସ୍ତ ଥିଲେ ଏବଂ ସେ ତାଙ୍କ ୩୦ ବର୍ଷ ବବୟସ୍କା ପତ୍ନୀଙ୍କୁ ମଧ୍ୟ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇ ଥିଲେ। ତାଙ୍କ ମୃତଦେହ ପୁଡୁପାଲାୟମ ନିଜ ବାସଭବନରେ ଝୁଲୁ ଥିବା ଦେଖିବାକୁ ମିଳିଥିଲା। ପଡୋଶୀମାନେ ମୃତଦେହ ଦେଖି ପୋଲିସକୁ ଜଣାଇଥିଲେ।
ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସରକାରୀ ମେଡିକାଲ କଲେଜକୁ ପଠାଯାଇଛି। ପିଏମକେର ପ୍ରତିଷ୍ଠାତା ଏସ୍. ରାମଦୋସ୍ ଋଣ ଯୋଗୁ ମୃତ୍ୟୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories