www.samajalive.in
Wednesday, November 19, 2025
29.1 C
Bhubaneswar

୫ ବ୍ୟାଟେରୀ ଚୋର ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ  ଗୋଳନ୍ଥରା ଛକରେ ପାର୍କିଂ କରାଯାଇଥିବା ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ନେଇ ଥାନାରେ ମାମଲା ପରେ ପୁଲିସ ୫ ବ୍ୟାଟେରୀ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଚୋରି ହୋଇଥିବା ୭ଟି ବ୍ୟାଟେରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଗୋଳନ୍ଥରା ଥାନା ଅନ୍ତର୍ଗତ ସାନ କୁସୁମୀର ରାଜା ପ୍ରଧାନ ଓ ବଡ କୁସୁମୀର ରାମ ଦାସ, ବଡ ମୋନହରାର ଏମ ମହେନ୍ଦ୍ର ପାତ୍ର, ଚମାଖଣ୍ଡି ଥାନା ଅନ୍ତର୍ଗତ ମାଟିଖାଲ ଗଡମା ସାହିର ଶିବ ପ୍ରଧାନ, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମର ପୁର ତଳସାହିର ଅକ୍ଷୟ ପ୍ରଧାନ  ବୋଲି ପୁଲିସ ସୂଚନା ଦେଇଛି। ଶିବ, ରାଜା ଓ ଅକ୍ଷୟ ନାମରେ ପୂର୍ବରୁ ଚମାଖଣ୍ଡି ଥାନାରେ ୨ ଟା ମାମଲା ରହିଛି।

ଅଭିଯୋଗ ଅନୁଯାୟୀ ଗତ ୧୬ ତାରିଖରେ ଗୋଳନ୍ଥରାର ବାବୁଲା ଗୈାଡ ନିଜ ଟ୍ରାକ୍ଟର (ଓଡି ୦୭ ୟୁ ୧୬୦୬) କୁ ଗୋଳନ୍ଥରା ଚଟି ଛକଠାରେ ପାର୍କିଂ କରିଥିଲେ। ଅପରାହ୍ନ ସମୟରେ ଟ୍ରାକ୍ଟରରେ ଲାଗିଥିବା ବ୍ୟାଟେରୀକୁ ଦୁର୍ବୃତ୍ତ ଚୋରି କରିନେଇଥିବା ଜଣାପଡିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୭୦/୨୪ ରେ ମାମଲା ରୁଜୁ କରି ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଏକ ଟିମ୍ କରାଯାଇ ଅଭିଯୁକ୍ତ ମାନଙ୍କୁ କାବୁ କରାଯାଇଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories