www.samajalive.in
Monday, December 15, 2025
17.1 C
Bhubaneswar

ବିଶିଷ୍ଟ ସ୍ବାସ୍ଥ୍ୟ ପରାମର୍ଶଦାତା ଅନିଲ କଦସୁରଙ୍କ ପରଲୋକ, ପ୍ରତିଦିନ ସାଇକେଲରେ କରୁଥିଲେ ୧୦୦ କିଲୋମିଟର ଯାତ୍ରା

ନୂଆଦିଲ୍ଲୀ : ବିଶିଷ୍ଟ ସ୍ବାସ୍ଥ୍ୟ ପରାମର୍ଶଦାତା(ଫିଟନେସ୍ ଆଇକନ୍) ଅନିଲ କଦସୁରଙ୍କ ହୃଦଘାତରେ ପରଲୋକ ହୋଇଛି । ସାଇକେଲ ଚାଳନା କ୍ଷେତ୍ରରେ ବେଙ୍ଗାଲୁରୁର ଅନିଲ କଦସୁରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ୪୫ ବର୍ଷୀୟ କଦସୁର ଲଗାତର ୪୨ ମାସ ଧରି୧୦୦ କିଲୋମିଟର ସାଇକେଲ ଚଲାଇ ରେକର୍ଡ କରିଥିଲେ । ତାଙ୍କର ଏହି ଉପଲବ୍ଧି ପରେ ସାଇକିଲିଂ ସମୁଦାୟ ଏତେ ପ୍ରେରିତ ହୋଇଥିଲେ କି ଅନେକ ସାଇକିଲିଷ୍ଟ ତାଙ୍କ ସହିତ ଦେଖା ହେବା ପାଇଁ ଲାଇନ୍ ଲଗାନ୍ତି ।

୩୧ ଜାନୁୟାରୀରେ ସୋସିଆଲ ମିଡିଆରେ ଅନିଲ କଦସୁର ଖୁସି ହୋଇ ଜଣାଇଥିଲେ କି ସେ ଲଗାତର ୪୨ ମାସ ଧରି ପ୍ରତିଦିନ ୧୦୦ କିଲୋମିଟର ସାଇକେଲ ଯାତ୍ରା ଲକ୍ଷ୍ୟକୁ ପୂରଣ କରିଛନ୍ତି । କିନ୍ତୁ ସେହି ରାତିରେ ଅଚାନକ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ପରଦିନ ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

- Advertisement -

ସାଇକେଲ ଚାଳନାରେ ୧୦  ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରଖିଥିବା କଦସୁର ସାଇକେଲରେ ୨.୨୫ ଲକ୍ଷ କିଲୋମିଟରରୁ ମଧ୍ୟ ଅଧିକ ଯାତ୍ରା କରିଛନ୍ତି । ସେ ନୂଆ ସାଇକେଲ ଚଳାଳୀଙ୍କୁ ସବୁବେଳେ ପରାମର୍ଶ ଦିଅନ୍ତି ଏବଂ ସେମାନଙ୍କ ଉତ୍ସାହ ବଢାନ୍ତି । ତାଙ୍କ ପାଖରେ ୬ ଫିକ୍ସି ସାଇକେଲ ଥିଲା । ସେ ଏହାକୁ ପାଳି ପାଳି କରି ଚଲାଉଥିଲେ । ସେ ନିଜ ଯାତ୍ରା ଜରିଆରେ ଫିକ୍ସି(ଫିକ୍ସଡ-ଗିୟର ସାଇକେଲ)କୁ ଘରେ ଘରେ ପରିଚିତ କରିଦେଇଥିଲେ । ତାଙ୍କ ପରଲୋକ ପରେ ସାଇକେଲ ଚଳାଳୀ ଏବଂ ଏଥିପ୍ରତି ଆଗ୍ରହ ରଖୁଥିବା ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories