www.samajalive.in
Saturday, December 6, 2025
14.1 C
Bhubaneswar

ରାସ୍ତାରେ ଓଲଟି ପଡିଲା ମାଛ ବୋଝେଇ ଟ୍ରକ

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବାମ ପାର୍ଶ୍ଵରେ ଥିବା ଖଲ୍ଲିକୋଟ ବାଇପାସ ରାସ୍ତା ଉପରେ ଓଲଟି ପଡିଲା ମାଛ ବୋଝେଇ ଟ୍ରକ। ସୂଚନା ଅନୁଯାୟୀ, ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ମାଛ ଵୋଝେଇ ଟ୍ରକ ଆନ୍ଧ୍ର ପ୍ରଦେଶରୁ କଲକାତା ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତେବେ ବୋଝେଇ ମାଛର କୌଣସି କ୍ଷତି ହୋଇ ନ ଥିବାବେଳେ ଟ୍ରକ ଚାଳକ ଏସ. ରଘୁ ଓ ହେଲପେର ଅନିଲ କୁମାର ସାମାନ୍ୟ ଆହତ ହୋଇଥିଲେ। ପୁଲିସ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ମାଛ ବୋଝେଇ ଟ୍ରକ ନିକଟରେ ପୁଲିସ ଜଗି ରହିଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories