www.samajalive.in
Saturday, December 6, 2025
19.1 C
Bhubaneswar

ଜିତିବା ହାରିବା ଅଲଗା କଥା କିନ୍ତୁ ଲଢିବି-ସ୍ନେହାଙ୍ଗିନୀ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ। ସେ କହିଛନ୍ତି ମୁଁ ଓଡ଼ିଶା ସାରା ବୁଲୁଛି । ପାଖ ଦୂର କିଛି ନୁହେଁ, ବାହାରିଆ ବି ମୁଁ ନୁହେଁ। ମୁଁ ପ୍ରାର୍ଥୀ ବାଛିବା କମିଟିରେ ଥିଲି, କିନ୍ତୁ ସହମତିରେ ମତେ ପ୍ରାର୍ଥୀ କରାଯାଇଛି।

ଅନ୍ୟପକ୍ଷରେ ଶ୍ରୀମୟୀ ମିଶ୍ର ଓ ଜୟ ଢୋଲକିଆଙ୍କୁ ସମାଲୋଚନା କରି ସ୍ନେହାଙ୍ଗିନୀ କହିଛନ୍ତି, ଜୟ ଢୋଲକିଆ ବାପାଙ୍କ ସ୍ବାଭିମାନକୁ ଜଳାଞ୍ଜଳି ଦେଇ ମୁଣ୍ଡ ବିକ୍ରି କରିଛନ୍ତି। ରାଜୁ ଭାଇ ଢୋଲକିଆଙ୍କ ସହିତ ଲୋକଙ୍କ ଭାବାବେଗ ଅଛି। ଜୟ ଢୋଲକିଆଙ୍କୁ ଅନୁକମ୍ପା ଭୋଟ୍‌ ମିଳିବନି। ଶ୍ରୀମୟୀ ନା ଜଣେ ନାମୀଦାମୀ ନେତ୍ରୀ ନା ସେ ଓ୍ବାର୍ଡ ମେମ୍ବର କ’ଣ ଜିତିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ।

- Advertisement -

କିଏ ବିଜେପି ସହ ଡିଲ୍‌ କରିଛି ତାହା ସମସ୍ତେ ଜାଣିଛନ୍ତି। ବିଜେଡି କାହା ସହିତ ସାଲିସ କରିନାହିଁ, କଂଗ୍ରେସ ସହ ଆଦିବାସୀ ନାହାନ୍ତି। ଲମ୍ବୋଦର ନିଆଲ ଦଳ ଛାଡ଼ିବା ବିଜେଡିରେ କୌଣସି ପ୍ରଭାବ ପକାଇବ ନାହିଁ। ଜିତିବା ହାରିବା ଅଲଗା କଥା କିନ୍ତୁ ମୁଁ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ସ୍ନେହାଙ୍ଗିନୀ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories