www.samajalive.in
Friday, December 5, 2025
20.1 C
Bhubaneswar

୧୭୦ ମାଓବାଦୀଙ୍କ ଆତ୍ମସମର୍ପଣ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡ଼ ପୁଲିସ ନିକଟରେ ୧୭୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏତେ ସଂଖ୍ୟକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ରସ୍ରୋତରେ ସାମିଲ ହେବାକୁ ଆଗେଇ ଆସିବା ସୁରକ୍ଷା ବାହିନୀ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଦଣ୍ଡକାରଣ୍ୟ ଜଙ୍ଗଲରେ ସକ୍ରିୟ ଥିବା ଏହି ମାଓବାଦୀଙ୍କ ସଂଗଠନର ଟପ୍ ନେତା ଭୂପତି ଓରଫ ସୋନୁ ଆତ୍ମସମର୍ପଣ କରିବା ପରେ ଅନ୍ୟ ସଦସ୍ୟମାନେ ଅସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ମାଡ ଡିଭିଜନର ୧୨୦ ଏବଂ କୋୟଲିବେଡା ଡିଭିଜନର ୫୦ ସଦସ୍ୟ ସଂଗଠନ ଛାଡ଼ିଛନ୍ତି।

ଆତ୍ମସମର୍ପଣ କରିଥିବା ଏହି ସଦସ୍ୟମାନଙ୍କୁ ଜଗଦଲପୁର ଅଣାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଏବଂ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କ ଉପସ୍ଥିତିରେ ମାଓବାଦୀମାନେ ଆନୁଷ୍ଠାନିକ ଭାବେ ଆତ୍ମସମର୍ପଣ କରିବେ।

- Advertisement -

ସୂଚନାଯୋଗ୍ୟ, ମାଓବାଦୀ ନେତା ଭୂପତି କେନ୍ଦ୍ରୀୟ ଆଞ୍ଚଳିକ ବ୍ୟୁରୋ(ସିଆରବି)ର ମଙ୍ଗ ଧରିଥିଲା। ପଲିଟ ବ୍ୟୁରୋ ସଦସ୍ୟ ରୂପେ ସେ ସଂଗଠନର ନୀତି ନିର୍ଦ୍ଧାରଣ କରୁଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories