www.samajalive.in
Thursday, December 11, 2025
14.1 C
Bhubaneswar

ମାଛ ବଦଳାଇ ଦେଲା ଭାଗ୍ୟ

ମୁମ୍ବାଇ: ଗୋଟିଏ ମାଛ ବଦଳାଇ ଦେଲା ଭାଗ୍ୟ। ମୁମ୍ବାଇର ଦୁଇ ମତ୍ସଜୀବୀଙ୍କ ରାତାରାତି ମାଲାମାଲ ହୋଇଛନ୍ତି । ମାୟାନଗରୀ ମୁମ୍ବାଇରେ ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ୫.୫ ଲକ୍ଷ ଟଙ୍କାର ମାଛ ଦୁଇ ଭାଇଙ୍କୁ ଲକ୍ଷପତି କରିଛି।

ଘଟଣାଟି ଏହିପରି, ମତ୍ସଜୀବୀ ମହେଶ ନିଜ ଭାଇ ସହ ଶୁକ୍ରବାର ଦିନ ମୁର୍ବେ ତଟ କୂଳରେ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ଏକ ବଡ ମାଛ ଫସିଥିଲା। ମାଛଟି ପ୍ରାୟ ୩୦ କେଜି ଓଜନର ହୋଇଥିବା ବେଳେ ଏହା ଭେକେଟି ମାଛ ବୋଲି ଅନୁମାନ କରାଯାଉଛି ।

- Advertisement -

ଯେତେବେଳେ ଦୁଇ ଭାଇ ମାଛ ବିକିବାକୁ ବଜାରକୁ ଗଲେ, ସେହି ମାଛକୁ କିଣିବା ପାଇଁ ବେପାରୀଙ୍କ ଲମ୍ବା ଧାଡି ଲାଗିଥିଲା। ପରେ ତାହାକୁ ନେବା ପାଇଁ ନିଲାମ ଲାଗିଥିଲା। ୧୫-୨୦ ହଜାରୁ ନିଲାମ ଆରମ୍ଭ ହୋଇ ୫ ଲକ୍ଷ ୫୦ ହଜାରେ ମାଛଟି ବିକ୍ରି ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡିଛି।

ଏହି ଭେକେଟି ମାଛରେ ଅନେକ ଚତ୍ମକାରୀ ଔଷଧୀୟ ଗୁଣ ରହିଛି। ଏହି କାରଣରୁ ପୂର୍ବ ଏସିଆରେ ଏହି ମାଛର ମୂଲ୍ୟ ବହୁତ ଅଧିକ। ଏପରିକି ସ୍ଥାନୀୟଅଞ୍ଚଳରେ ଏହି ମାଛକୁ ‘ସୋନେ କି ଦିଲବାଲୀ ମଛଲୀ’ ନାମରେ ଜଣାଯାଏ । ଏଥିରୁ ବିଭିନ୍ନ ପ୍ରକାର ଔଷଧ ସହ କସମେଟିକ୍ ପ୍ରସ୍ତୁତ କରାଯାଏ ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories