www.samajalive.in
Saturday, December 13, 2025
17.1 C
Bhubaneswar

ଦଳିତ ଓ ଓବିସି ବର୍ଗଙ୍କ ପାଇଁ ପ୍ରଭାବିତ ହେବ ବିଜେପି ଭୋଟ ବ୍ୟାଙ୍କ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସମ୍ପ୍ରତ୍ତି ଦଳିତ ଓ ଓବିସି ବର୍ଗଙ୍କ ପ୍ରତି ଉଦାର ମନୋଭାବ ପରିଦର୍ଶନ କରୁଥିବା ଦୃଶ୍ୟମାନ ହେଉଛି। ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାର ଦଳିତ ଓ ଓବିସିଙ୍କ ପାଇଁ ୩ଟି ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତି ଉଭୟ ବର୍ଗଙ୍କୁ ଖୁସି କରିଥିଲେ ମଧ୍ୟ ଆଗାମୀ ଦିନରେ ଏଭଳି ନିଷ୍ପତ୍ତି ଦ୍ୱାରା ବିଜେପିର ମୂଳ ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ନାହିଁ ତ!
ଏଭଳି ଏକ ପ୍ରସଙ୍ଗ ସମ୍ପ୍ରତ୍ତି ରାଜନୈତିକ ବିଶେଷଜ୍ଞଙ୍କ ଆଲୋଚନାର ବିଷୟବସ୍ତୁ ହୋଇଛି।
ଦଳିତଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୋଦୀ ସରକାର ଏସସି/ଏସଟି ଆକ୍ଟର ମୂଳ ସ୍ୱରୂପକୁ ବଳବତ୍ତର ରଖିବାକୁ ସଂଶୋଧନ ବିଧେୟକକୁ ସବୁଜ ସଙ୍କେତ ଦେଇଛନ୍ତି। ସେହିପରି ଦେଶର ସର୍ବୋଚ୍ଚ କୋର୍ଟରେ ଏସସି/ଏସଟିଙ୍କୁ ପଦୋନ୍ନତିରେ ସଂରକ୍ଷଣ ଦେବା ସମର୍ଥନ କରିଛନ୍ତି ବିଜେପି ସରକାର।
ସେହିପରି ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଦେବା ପ୍ରକ୍ରିୟାକୁ ମଧ୍ୟ ଆଗକୁ ବଢାଇବା କ୍ଷେତ୍ରରେ ମଧ୍ୟ ମୋଦୀ ସରକାର ଆଗରେ ଅଛନ୍ତି। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗକୁ ସରକାର ମାନ୍ୟତା ପ୍ରଦାନ କରିଛନ୍ତି। ଦେଶର ମୋଟ୍‍ ଜନସଂଖ୍ୟାର ୨୦.୧୪କୋଟି ପଛୁଆ ବର୍ଗ ରହିଛନ୍ତି। ଦେଶରେ ମୋଟ୍‍ ୫୪୩ଟି ଲୋକସଭା ଆସନ ମଧ୍ୟରୁ ୮୪ଟି ଆସନ ଦଳିତ ଓ ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ ଏହି ସଂରକ୍ଷିତ ଆସନରେ ବିଜେପିକୁ ବ୍ୟାପକ ସଫଳତା ମିଳିଥିଲା। ସଂରକ୍ଷିତ ୮୪ଟି ଆସନ ମଧ୍ୟରୁ ବିଜେପି ୪୧ଟିରେ ବିଜୟୀ ହୋଇଥିଲା।
ଏସସି/ଏସଟି ଆକ୍ଟରେ ସୁପ୍ରିମ କୋର୍ଟର ରାୟ ପାଇଁ ଏହି ସମୁଦାୟ ମୋଦୀ ସରକାରଙ୍କୁ ଦାୟୀ କରିଛନ୍ତି। ବିପକ୍ଷ ଦଳ ମଧ୍ୟ ମୋଦୀ ସରକାରଙ୍କୁ ପଛୁଆ ବର୍ଗ ବିରୋଧୀ ଭାବେ ପ୍ରଚାର କରିବା ଆରମ୍ଭ କରିଛି। ଏନଡିଏ ଦଳରେ ସାମିଲ ଥିବା ପାଶୱନ ମଧ୍ୟ ଦଳିତ ବିରୋଧୀ ଭାବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାର ନିଜ ଭାବମୂର୍ତ୍ତି ସ୍ପଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। କୁହାଯାଉଛି ଏସବୁକୁ ଦୃଷ୍ଟିରେ ରଖି ମୋଦୀ ସରକାର ଉପରୋକ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପଛୁଆ ବର୍ଗଙ୍କୁ ଆସ୍ୱସ୍ଥ କରିଥିବାବେଳେ ସବର୍ଣ୍ଣ ବର୍ଗଙ୍କୁ ଏହି ପଦକ୍ଷେପ ଅସନ୍ତୁଷ୍ଟ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏସସି-ଏସଟି ଆକ୍ଟକୁ ସବୁଜ ସଙ୍କେତ ଦେବା ଦ୍ୱାରା ଗ୍ରାମୀଣ କ୍ଷେତ୍ରରେ ସବର୍ଣ୍ଣ ଓ ଓବିସି ବର୍ଗଙ୍କ ଅସନ୍ତୋଷ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଏସସି/ଏସଟି ଆକ୍ଟ ପଛୁଆ ବର୍ଗଙ୍କ ପାଇଁ ଲାଇଫଲାଇନ କୁହାଯାଇ ପାରେ। ଦଳିତ ବର୍ଗଙ୍କ ବିଭିନ୍ନ ଶ୍ରେଶୀ ପାଇଁ ଏସଏସି/ଏସଟି ଆକ୍ଟ ବେଶ୍‍ ଗୁରୁତ୍ୱପୂର୍ଣ୍ଣ।
ସ୍ୱବର୍ଣ୍ଣ ବର୍ଗଙ୍କ ଅସନ୍ତୋଷ ରାଜସ୍ଥାନର ଅଲବର ଓ ଆଜମେର ଲୋକସଭା ଉପନିର୍ବାଚନରେ ଦୃଶ୍ୟମାନ ହୋଇଛି। ଅପରାଧୀ ଆନନ୍ଦ ପାଲ ଏନକାଉଣ୍ଟର ଓ ପଦ୍ମାବତୀ ଓ ଜୟପୁର ରାଜ ସମ୍ପତ୍ତିର ଜମିଜମାକୁ ସରକାରଙ୍କ ଅଧିଗ୍ରହଣ ରାଜପୁତ ସମାଜ ବସୁନ୍ଧରା ସରକାରଙ୍କ ଉପରେ ରାଗି ଖୋଲାଖୋଲି କଂଗ୍ରେସକୁ ଭୋଟ ଦେଇଥିଲା। ଏହି ପ୍ରକ୍ରିୟା ଯଦି ସମସ୍ତ ଦେଶରେ ଲାଗୁ ହେବ ତେବେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ନିଜ ସ୍ଥିତି ଧରି ରଖିବା ଅସମ୍ଭବ ହୋଇ ପଡ଼ିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories