www.samajalive.in
Saturday, December 13, 2025
17.1 C
Bhubaneswar

ଲାଗି ରହିଛି ବର୍ଷା: ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି

କଟକ: ରାଜ୍ୟରେ ଲଘୁଚାପ ପ୍ରଭାବ ଜାରି ରହିଛି। ଲଗାଣ ବର୍ଷାର ପ୍ରଭାବରେ ଦୈତ ନଗରୀ ସମେତ ଅନେକ ରାଜ୍ୟର ଅବସ୍ଥା ବେହାଲ ହୋଇଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ୱରର ଅନେକ ସ୍ଥାନରେ ପାଣି ଜମି ରହିଛି। ସୋମବାର ରାତିରେ ଲଗାଣ ବର୍ଷା କାରଣରୁ ଘରେ ଘରେ ପାଣି ପଶିବା ଦ୍ୱାରା ଲୋକମାନେ ଅନିଦ୍ରା ରହିଥିଲେ। ସେହିପରି ପୁରୀ ବଡଦାଣ୍ଡରେ ବର୍ଷା ଜଳ ଲହଡି ଭାଙ୍ଗୁଥିବାର ଦେଖାଯାଇଥିଲା। ମଙ୍ଗଳବାର ସକାଳ ସୁଦ୍ଧା ରାଜଧାନୀରେ ୧୫୦ ମିଲିଲିଟରରୁ ଅଧିକ ବର୍ଷା ଓ ପୁରୀରେ ୩୦୦ ମିଲିଲିଟରରୁ ଅଧିକ ବର୍ଷା ହୋଇଛି। ମଙ୍ଗଳବାର ଲଗାଣ ବର୍ଷା ନିମନ୍ତେ କଟକ ଓ ଖୋର୍ଦ୍ଧାର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି କରି ଦିଆଯାଇଥିଲା। ବର୍ଷା ସହ ପରିବହନ ଧର୍ମଘଟ ଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀର ଜାମଶୋଳାଘାଟ ଠାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେଉଥିବାର ଦେଖାଯାଇଛି। ବଂଶଧାରା ଓ ଋଷିକୁଲ୍ୟା ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଉଥିବାର ଜଣା ପଡିଛି। ବୈତରଣୀ ନଦୀର ଆଖୁଆପଦା ଠାରେ ଜଳସ୍ତର ସତର୍କ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories