www.samajalive.in
Sunday, December 14, 2025
17.1 C
Bhubaneswar

ମିରଟରେ ପ୍ରଥମ ହିନ୍ଦୁ କୋର୍ଟ

ଲକ୍ଷୌ: ଉତ୍ତରପ୍ରଦେଶର ମିରଟଠାରେ ଦେଶର ପ୍ରଥମ ହିନ୍ଦୁ କୋର୍ଟ ପ୍ରତିଷ୍ଠା ହୋଇଥିବା ଘୋଷଣା କରାଯାଇଛି। କୋର୍ଟର ପ୍ରଥମ ବିଚାରପତି ଭାବେ ଅଲ୍ଲୀଗଡ଼ ନିବାସୀ ଡ. ପୂଜା ଶକୁନ ପାଣ୍ଡେଙ୍କୁ ନିଯୁକ୍ତିି ଦିଆଯାଇଛି। ଅଖିଳ ଭାରତ ହିନ୍ଦୁ ମହାସଭା ନାମକ ସଂଗଠନ ଦ୍ୱାରା ଗଠିତ ଏହି ହିନ୍ଦୁ କୋର୍ଟକୁ ଇସଲାମ ଧର୍ମାବଲମ୍ବୀଙ୍କ ସରିଆ ଅଦାଲତ ଅନୁରୂପ କାର୍ଯ୍ୟ କରିବ ବୋଲି ଡ. ପୂଜା ପ୍ରକାଶ କରିଛନ୍ତି। ଏହି ସଂଗଠନ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କୁହାଯାଉଛି। ଏହି କୋର୍ଟ ଆଗାମୀ ଦିନରେ ଜମି ବିବାଦ, ପାରିବାରିକ କଳହ ପରି ବିବାଦର ଆପୋସ ସମାଧାନ କରିବ ବୋଲି ମହାସଭାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଶୋକ ଶର୍ମା କହିଛନ୍ତି।
ଅପରପକ୍ଷରେ ହିନ୍ଦୁ ଅଦାଲତ ଗଠନ ସମ୍ପର୍କିତ ତଥ୍ୟ ଆଲ୍ଲାହାବାଦ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଏଭଳି ଏକ ହିନ୍ଦୁ କୋର୍ଟ ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମିରଟ ଜିଲାପାଳ ଏହାକୁ ଭିତ୍ତି କରି ହିନ୍ଦୁ କୋର୍ଟର ତଥାକଥିତ ବିଚାରପତି ଡ. ପୂଜା ଶକୂନ ପଣ୍ଡେଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ୧୧ସେପ୍ଟେମ୍ବରରେ ହେବ। ଦେଶର ପ୍ରଥମ ରାଜନୈତିକ ସଂଗଠନ ଭାବେ ଦାବି କରୁଥିବା ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦ୍ର ପ୍ରକାଶ କୌଶିକ କୋର୍ଟ ନୋଟିସ ପାଇଁ ବେଶ୍‍ ଆନନ୍ଦିତ ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଦେଶର ଇସଲାମ ଧର୍ମାମ୍ବଲମ୍ବୀଙ୍କ ପାଇଁ ଯଦି ସରିଆ କୋର୍ଟକୁ ମାନ୍ୟତା ମିଳିଛି ତେବେ ହିନ୍ଦୁ କୋର୍ଟରେ ଅସୁବିଧା କେଉଁଠି ବୋଲି ସେ ପାଲଟା ଯୁକ୍ତି ଦର୍ଶାଇଛନ୍ତି। ଦେଶର ବିଭିନ୍ନ ଅଦାଲତରେ ଏକାଧିକ ମାମଲା ପଡ଼ି ରହିଛି। ଏଭଳି କୋର୍ଟର ସ୍ଥାପନା ଫଳରେ ଆଗାମୀ ଦିନରେ ପଡ଼ି ରହିଥିବା ମାମଲାର ତ୍ୱରିତ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।
ଶ୍ରୀ କୌଶିକ ଓ ତାଙ୍କ ସଂଗଠନ ଦେଶରେ ସରିଆ କୋର୍ଟର ମାନ୍ୟତା ରଦ୍ଦ କରିବାକୁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ କେହିଁ ଏହାକୁ ଗୁରୁତ୍ୱ ଦେଇ ନଥିଲେ। ତେଣୁ ଆଗାମୀ ଦିନରେ ହିନ୍ଦୁ କୋର୍ଟ ଗଠନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଥିଲା।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories