www.samajalive.in
Sunday, December 14, 2025
23.1 C
Bhubaneswar

H3N2 ଭାଇରସ୍‌ରେ ଦେଶରେ ପ୍ରଥମ ମୃତ୍ୟୁ

ବେଙ୍ଗାଲୁରୁ: ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଏଚ୍‌୩ଏନ୍‌୨ ସଂକ୍ରମଣରେ ଦେଶରେ ପ୍ରଥମ ମୃତ୍ୟୁ ଘଟିଛି। କର୍ଣ୍ଣାଟକର ହାସନ ନିବାସୀ ଜଣେ ୮୨ ବର୍ଷୀୟ ବ୍ୟକ୍ତିଙ୍କର ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ମୁତାବକ, ତାଙ୍କର ମାର୍ଚ୍ଚ ୧ ତାରିଖରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ପରୀକ୍ଷଣରୁ ଜଣାପଡିଛି ଯେ ସେ ଏଚ୍‌୩ଏନ୍‌୨ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ।

ଅଧିକାରୀଙ୍କ କହିବାନୁଯାୟୀ, ବ୍ୟକ୍ତି ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତାଙ୍କୁ ଫେବୃୟାରୀ ୨୪ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୬ରେ ତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା।

- Advertisement -

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଏଚ୍‌୩ଏନ୍‌୨ ଭାଇରସ୍‌ ବା ହଂକଂ ଫ୍ଲୁରେ ୯୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଏଚ୍‌୧ଏନ୍‌୧ ଭାଇରସ୍‌ରେ ମଧ୍ୟ ୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦେଶରେ ଏଭଳି ମାମଲା ବୃଦ୍ଧି ନେଇ ଡାକ୍ତରମାନେ ବିବୃତ୍ତି ମଧ୍ୟ ଦେଇଛନ୍ତି। ଦୁଇଟିଯାକ ଭୂତାଣୁ ସଂକ୍ରମଣର ଲକ୍ଷଣ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ସହିତ ପ୍ରାୟ ସମାନ। ଏଥିରେ ସଂକ୍ରମିତ ଲୋକମାନଙ୍କଠାରେ ଜ୍ୱର, ଥଣ୍ଡା, କଫ, ଶ୍ୱାସକ୍ରିୟା ସମସ୍ୟା ଦେଖା ଦେଇଥାଏ। ଏହା ବ୍ୟତୀତ ସେମାନଙ୍କ ଶରୀରରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଡାଇରିଆ ଆଦି ଲକ୍ଷଣ ଦେଖା ଦେଇଥାଏ। ଏହି ଲକ୍ଷଣଗୁଡିକ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories