www.samajalive.in
Sunday, December 14, 2025
26.1 C
Bhubaneswar

ପଦ୍ମପୁର ବ୍ଲକର ୬୨୫ ବିଦ୍ୟାର୍ଥୀ ଦେଲେ ମାଟ୍ରିକ୍‌ ପରୀକ୍ଷା

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଳକରେ ଦଶମ ଶ୍ରେଣୀ ସମ୍ମେଟିଭ ଆସେସମେଣ୍ଟ -୨(ସାରାଂଶ ମୂଲ୍ୟାୟନ) ବୋର୍ଡ ପରୀକ୍ଷା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହା ଚଳିତ ମାସ ୧୦ ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ପଦ୍ମପୁର ସରକାରୀ ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟର ନୋଡାଲ ସେଣ୍ଟର ଅଧୀନରେ ୪ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ବିଜୟାନନ୍ଦ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ସେଣ୍ଟରରେ ୨୨୫ ଜଣ, ବାଳିକା ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ୧୦୦ଜଣ, ବାପୁଜି ଉଚ୍ଚ ବିଦ୍ୟାଳୟ ସେଣ୍ଟର ୧୪୭ ଜଣ, ଏସ ଏସ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ୧୭୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ସୂଚନ ଆସିଥିବା ବେଳେ ସେଥିମଧ୍ୟରୁ ୨୪ ଜଣ ଅନୁପସ୍ଥିତ ରହିଥିବା ଗୋଷ୍ଠି ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ଶବର ସୂଚନା ଦେଇଛନ୍ତି।

ପଦ୍ମପୁର ବ୍ଲକର ୪ଗୋଟି ପରୀକ୍ଷା ସେଣ୍ଟରରେ ୪ଜଣ ଏବିଓ ଅବଜରଭର ଭାବେ ନିଯୁକ୍ତି ହୋଇ ପରୀକ୍ଷା ସେଣ୍ଟରକୁ ତଦାରଖ କରିଛନ୍ତି। ସ୍କୁଲର ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଯାଞ୍ଚ କରି ପରୀକ୍ଷା କେନ୍ଦ୍ରକୁ ଛାଡୁଥିବା ଦେଖିବାକୁ ମିଳିଛି। ନୋଡାଲ ସେଣ୍ଟରକୁ ଚଳିତ ମାସ ୭ ତାରିଖଦିନଠାରୁ ଆସିଥିବା ପ୍ରଶ୍ନ ପତ୍ରଗୁଡ଼ିକ ନୋଡାଲ ସେଣ୍ଟରର ଏକ ଷ୍ଟ୍ରଙ୍ଗ କୋଠରୀରେ ପୁଲିସର ସୁରକ୍ଷା ବଳୟରେ ରଖାଯାଇଥିଲା। ମାଜିଷ୍ଟ୍ରେଟ ଭାବରେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ନୋଡାଲ ସେଣ୍ଟରେର ରଖାଯାଇଥିବା ପ୍ରଶ୍ନ ପତ୍ର ଷ୍ଟ୍ରଙ୍ଗ କୋଠରୀ ଓ ପରୀକ୍ଷା ସେଣ୍ଟର ଗୁଡିକୁ ପରିଦର୍ଶନ କରିବା ସହ ସୁପରିଟେଣ୍ଟର ସୁବାସ ଶବରଙ୍କ ସହିତ ଆଲୋଚନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପରୀକ୍ଷା ସେଣ୍ଟରଗୁଡିକରେ ପଦ୍ମପୁର ପୁଲିସ ଥାନା ଅଧିକାରୀ ରାଜେଶ ବଳିୟାରସିଂଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories