www.samajalive.in
Sunday, December 14, 2025
19.1 C
Bhubaneswar

କାଠ ଚୋରା ଚାଲାଣ: ଗାଡ଼ି ସହ କାଠ ଜବତ, ମାଫିଆ ଫେରାର

ଠାକୁରମୁଣ୍ଡା : ପୁଣି ସକ୍ରିୟ ଚୋରା କାଠ ବେପାରୀ। ବେଆଇନ କାଠ ଚୋରା ଚାଲାଣ ବେଳେ ସ୍କର୍ପିଓ ଗାଡି ସହିତ କାଠ ଜବତ ହୋଇଥିବା ବେଳେ କାଠ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆ ଘୋଡ଼ାଘାଟି ନିକଟରୁ। ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ସାତକୋଶିଆ ବନ କର୍ମଚାରୀମାନେ ଘୋଡାଘାଟି ନିକଟରୁ ଏକ ଚୋରାକାଠ ବୋଝେଇ ସ୍କର୍ପିଓ ଗାଡିକୁ ଜବତ କରିଛନ୍ତି । ଜବତ ଗାଡିରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ୍ ଶାଳ ଚୌକାଠ ଜବତ ହୋଇଛି।

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ପଟୁ ଏକ ସ୍କର୍ପିଓ ଗାଡ଼ିରେ ଆନନ୍ଦପୁର ଅଞ୍ଚଳକୁ ଚୌକାଠ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସାତକୋଶିଆ ବନ କର୍ମଚାରୀମାନେ ଦିନ ପ୍ରାୟ ୧୧ଟା ସମୟରେ ରାସ୍ତା ଉପରେ ଜଗି ରହିଥିଲେ। ଚୋରାରେ କାଠ ନେଇ ଯାଉଥିବା ବେପାରୀମାନେ ଘୋଡାଘାଟି ନିକଟ ରାସ୍ତା ଉପରେ ଜଗି ରହିଥିବା ବନ କର୍ମଚାରୀମାନଙ୍କୁ ଦେଖି ରାସ୍ତା ଉପରେ ଗାଡି ଛାଡି ଜଙ୍ଗଲ ଭିତରକୁ ଖସି ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories