www.samajalive.in
Wednesday, December 10, 2025
26.1 C
Bhubaneswar

କାଠ ଚୋରା ଚାଲାଣ: ଗାଡ଼ି ସହ କାଠ ଜବତ, ମାଫିଆ ଫେରାର

ଠାକୁରମୁଣ୍ଡା : ପୁଣି ସକ୍ରିୟ ଚୋରା କାଠ ବେପାରୀ। ବେଆଇନ କାଠ ଚୋରା ଚାଲାଣ ବେଳେ ସ୍କର୍ପିଓ ଗାଡି ସହିତ କାଠ ଜବତ ହୋଇଥିବା ବେଳେ କାଠ ମାଫିଆ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆ ଘୋଡ଼ାଘାଟି ନିକଟରୁ। ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ସାତକୋଶିଆ ବନ କର୍ମଚାରୀମାନେ ଘୋଡାଘାଟି ନିକଟରୁ ଏକ ଚୋରାକାଠ ବୋଝେଇ ସ୍କର୍ପିଓ ଗାଡିକୁ ଜବତ କରିଛନ୍ତି । ଜବତ ଗାଡିରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ୍ ଶାଳ ଚୌକାଠ ଜବତ ହୋଇଛି।

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ପଟୁ ଏକ ସ୍କର୍ପିଓ ଗାଡ଼ିରେ ଆନନ୍ଦପୁର ଅଞ୍ଚଳକୁ ଚୌକାଠ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସାତକୋଶିଆ ବନ କର୍ମଚାରୀମାନେ ଦିନ ପ୍ରାୟ ୧୧ଟା ସମୟରେ ରାସ୍ତା ଉପରେ ଜଗି ରହିଥିଲେ। ଚୋରାରେ କାଠ ନେଇ ଯାଉଥିବା ବେପାରୀମାନେ ଘୋଡାଘାଟି ନିକଟ ରାସ୍ତା ଉପରେ ଜଗି ରହିଥିବା ବନ କର୍ମଚାରୀମାନଙ୍କୁ ଦେଖି ରାସ୍ତା ଉପରେ ଗାଡି ଛାଡି ଜଙ୍ଗଲ ଭିତରକୁ ଖସି ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories