www.samajalive.in
Sunday, December 14, 2025
14.1 C
Bhubaneswar

ଗୁଳିମାଡ଼ରେ ସୁନା ଦୋକାନୀ ମୃତ

ରାଉରକେଲା : ରାଉରକେଲା ଗଣେଶ ମାର୍କେଟରେ ସୁନାଦୋକାନ କରିଥିବା ସରୋଜ ନାମକ  ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରୁ ଆଇଜିଏଚ୍‍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ସୂଚନା ମୁତାବକ ଗଣେଶ ମାର୍କେଟରେ ଥିବା ନିଜ ସୁନାଦୋକାନ ବନ୍ଦ କରି ସରୋଜ ନିଜ ବାଇକ୍‌ରେ ଲେବର ଟେନାମେଣ୍ଟ ନିକଟସ୍ଥ ଘରକୁ ଫେରୁଥିଲେ। ଏସ୍‍ଟିଆଇ ଓଭରବ୍ରିଜ୍‍ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ମୁଣ୍ଡରେ ଗୁଳିବାଜିବା ପରେ ସେ ତଳେ ପଡ଼ି ଯାଇଥିଲେ। ବିବରଣୀ ପ୍ରସ୍ତୁତ ହେବାବେଳକୁ ଘଟଣାସ୍ଥଳରେ ତାଙ୍କ ଗାଡ଼ି ପଡ଼ି ରହିଥିଲା। ରାସ୍ତାରେ ପଡ଼ିଥିବା ରକ୍ତଛିଟାରୁ ରକ୍ତସ୍ରାବ ହୋଇଥିବା ପାରିପାର୍ଶ୍ବକ ସ୍ଥିତିରୁ ପରିଲକ୍ଷିତ ହୋଇଛି। ସମ୍ପୃକ୍ତ ସୁନାଦୋକାନୀ ଦୋକାନ ବନ୍ଦ କରିବା ପରେ ଟଙ୍କା ବା ସୁନା ନେଇ ଆସୁଥିବାରୁ ଦୁର୍ବୃତ୍ତଙ୍କ ଶିକାର ହୋଇଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ସରୋଜଙ୍କ ମୃତ୍ୟୁ ହୋଇଥିବାରୁ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories