www.samajalive.in
Sunday, December 14, 2025
26.1 C
Bhubaneswar

ମାନବିକତା ଦେଖାଇଲେ ମନ୍ତ୍ରୀ ଆହତଙ୍କୁ ନେଲେ ଡାକ୍ତରଖାନା

ଭୁବନେଶ୍ବର/ପିପିଲି : ରାସ୍ତାକଡ଼ରେ ପଡ଼ିଥିବା ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତାରେ ଉପରେ ବେହୋସ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ନିଜ ଗାଡିରେ ହସ୍‍ପିଟାଲ୍‍ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସିଫା ନିକଟରେ ବାଇକ୍‍ରେ ଯାଉଥିବା ଜଣେ ଯୁବକ ରାତି ୮ଟାରେ କୌଣସି କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବାଇକ୍‍ ସହ ରାସ୍ତା ଉପରେ ସଂଜ୍ଞାହୀନ ହୋଇ ଅନ୍ଧାରରେ ପଡିଥିଲେ। ଘଟଣାସ୍ଥଳରେ ଗାଡିମୋଟର ଅଟକିବା ସହ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହୋଇଥିଲା। ସେହିବାଟ ଦେଇ ଯାଇଥିବା ମନ୍ତ୍ରୀ ଶ୍ରୀ ଦାଶ ଘଟଣାସ୍ଥଳରେ ଅଟକିଥିଲେ। ମନ୍ତ୍ରୀ ନିଜେ ଟ୍ରାଫିକ୍‍ ସମସ୍ୟା ଦୂର କରିବା ସହ ଗାଡିମୋଟର ଚଳାଚଳକୁ ସ୍ୱାଭାବିକ୍‍ କରାଇଥିଲେ।
ଦୁର୍ଘଟଣା ସମ୍ବନ୍ଧରେ ପିପିଲି ଏସ୍‍ଡିପିଓ ଓ ପିପିଲି ପୁଲିସ ଦୁର୍ଘଟଣାଗସ୍ତ ବାଇକ୍‍କୁ ଜବତ କରି ଫାଣ୍ଡିକୁ ନେଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ମନ୍ତ୍ରୀ ହସ୍‍ପିଟାଲ୍‍ରେ ରହି ଆହତ ଯୁବକର ସମସ୍ତ ଚିକିତ୍ସା ସୁବିଧା କରିବା ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆହତ ଯୁବକଙ୍କ ଘର ପିପିଲି ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାମ ମୁନା ବୋଲି ସୂଚନା ମିଳିଛି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ପରିବାର ଲୋକେ ମେଡିକାଲ୍‍ରେ ପହଞ୍ଚିବା ପରେ ଆହତ ଯୁବକର ସମସ୍ତ ପ୍ରକାର ଚିକିତ୍ସା ବନ୍ଦୋବସ୍ତ କରି ଘରକୁ ଫେରିବିି। ମନ୍ତ୍ରୀଙ୍କ ଏହି ମହାନତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ‘ମନ୍ତ୍ରୀ ହେବ ତ ଏମିତି’ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories