www.samajalive.in
Saturday, December 6, 2025
14.1 C
Bhubaneswar

ଗୁଳିକାଣ୍ଡରେ +୩ ଦ୍ୱିତୀୟ ବର୍ଷର ୨ ଛାତ୍ର ମୃତ

ଚଣ୍ଡୀଗଡ଼ : ଚଣ୍ଡୀଗଡ଼ ସେକ୍ଟର-୧୫ରେ ଥିବା ଏକ ଭଡ଼ା ଘରେ ରହୁଥିବା ୨ ଜଣ ଛାତ୍ରଙ୍କ ଉପରେ ଗୁଳି ଚାଳନା ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପିଜିଆଈ ଚଣ୍ଡୀଗଡ଼ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଉଛନ୍ତି ଅଜୟ ଓ ବିନୀତ। ସୋମେନ ଡ଼ିଏଭି କଲେଜର +୩ର ଦ୍ୱିତୀୟ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ, ଅଜୟ, ବିନୀତ ଓ ମୋହିତ ପୁନିୟା ଦୁଇ ଦିନ ପୂର୍ବରୁ ସେହି ଭଡ଼ା ଘରେ ରହିବାକୁ ଆସିଥିଲେ। ଅଜୟ, ବିନୀତଙ୍କର ମୃତ୍ୟୁ ହୋଇଥିବା ବେଳେ ମୋହିତ ସମୂର୍ଣ୍ଣ ଠିକ ଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories