www.samajalive.in
Saturday, December 6, 2025
26.1 C
Bhubaneswar

ଅସହାୟ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଦାବି

ଯୋଡା: ଦୀର୍ଘ ଆଠ ମାସ ହେଲା ଯକ୍ଷ୍ମା ରୋଗରେ ପୀଡିତ ଯୋଡା ବ୍ଲକ କୋହ୍ଲ-ରୋଇଡା ପଞ୍ଚାୟତ ଅନ୍ତର୍ଗତ ମାଙ୍କଡ ହଟିଂର ମହେନ୍ଦ୍ର କେରେଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଚିକିତ୍ସା ଅଭାବରୁ ମହେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ କ୍ଷୀଣ ହେଉଥିବା କାରଣରୁ ଦୀର୍ଘ ଦିନ ହେଲା ପରିବାରର ମୁରବୀ ମହେନ୍ଦ୍ର ନିଜ ପରିବାର ଭରଣ ପୋଷଣ ତ ଦୂରର କଥା ନିଜ ଦୈନନ୍ଦିନ କର୍ମ କରିବା ନିମନ୍ତେ ଅକ୍ଷମ ଅଛନ୍ତି। ପରିବାର ଏଭଳି ଦୁର୍ଦ୍ଦିନରେ ସ୍ୱାମୀଙ୍କୁ ଦେଖାଣୁଣା କରିବା ଓ ପରିବାରର ବୋଝ ମୁଣ୍ଡାଇବା ପରିବର୍ତ୍ତେ ଗତ ଚାରି ମାସ ତଳେ ମୀନା କେରେଇ ନାବାଳକ ସନ୍ତାନ ପିଙ୍କି କେରେଇ (୧୦), ସୁପ୍ରିୟା କେରେଇ (୬) ଓ ରଞ୍ଜୀତ କରେଇ (୮)ଙ୍କୁ ମଝି ଦରିଆରେ ଛାଡି ଅନ୍ୟତ୍ର ବସବାସ କରୁଛନ୍ତି। ପରିବାରର ଏଭଳି ବିଷମ ସ୍ଥିତିରେ ପଞ୍ଚମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ନାବାଳିକା ପିଙ୍କି କେରେଇ ଦୈନନ୍ଦିନ ମଜୁରୀ କାର୍ଯ୍ୟ କରି ପରିବାରର ଭରଣ ପୋଷଣ ଭଳି ଗୁରୁ ଦାୟିତ୍ୱ ନିର୍ବାହ କରିବା ସହ ଅସୁସ୍ଥ ବାପାଙ୍କ ସେବା କରୁଛି। ଅତ୍ୟନ୍ତ ସଙ୍କଟାପର୍ଣ୍ଣ ଅବସ୍ଥାରେ ସାହିଭାଇଙ୍କ ଉଦ୍ୟମରେ ଚଳିତ ମାସ ୯ ତାରିଖରେ ମହେନ୍ଦ୍ରଙ୍କୁ କମାରଯୋଡା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଅଣା ଯାଇଥିଲା। ଏହା ପରେ ୧୭ ତାରିଖରେ ମହେନ୍ଦ୍ର ଯକ୍ଷ୍ମା ରୋଗରେ ପୀଡିତ ଥିବାର ଡାକ୍ତରୀ ରିପୋର୍ଟରୁ ଜଣାପଡିଛି। ଏଭଳି ବିଷମ ପରିସ୍ଥିତିରେ ସମ୍ପୃକ୍ତ ଅସହାୟ ପରିବାରର ଭରଣ ପୋଷଣ ଓ ପିଲା ମାନଙ୍କର ପଢା ଶୁଣା ଦାୟିତ୍ୱ ସରକାର ହାତକୁ ନିଅନ୍ତୁ ବୋଲି ମାଙ୍କଡ ହଟିଂ ବସ୍ତିବାସୀନ୍ଦାଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories