www.samajalive.in
Sunday, December 14, 2025
19.1 C
Bhubaneswar

କୋର୍ଟରେ ୨ ଅଭିଯୁକ୍ତଙ୍କୁ ଗୁଳି କରି ହତ୍ୟା, ଜୀବନ ବଞ୍ଚାଇ ଦୌଡ଼ି ପଳାଇଲେ ବିଚାରପତି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜନୌରରେ ଥିବା ମୁଖ୍ୟ ବିଚାର ବିଭାଗୀୟ କୋର୍ଟରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। କୋର୍ଟ​‌ରେ ହାଜର ପାଇଁ ଆସିଥିବା ୨ ଅଭିଯୁକ୍ତଙ୍କୁ ଶାର୍ପ ଶୁଟର୍‌ ଗୁଳି କରି ହତ୍ୟା କରିଛନ୍ତି। କୋର୍ଟ ରୁମ୍‌ ପରିସରରେ ଏଭଳି ଘଟଣା ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଶାର୍ପ ଶୁଟରମାନଙ୍କୁ କୋର୍ଟ ପରିସରରେ କାବୁ କରିନେବା ସହିତ କୋର୍ଟକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦେଇଛି। ଏପରି କି ଗୁଳିକାଣ୍ଡ ସମୟରେ ବିଚାରପତି ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ।

ସୂଚନା ଅନୁସାରେ, ଗତ ମେ ୨୮ରେ ଜଣେ ବିଲ୍ଡର ହାଜୀ ଅହସାନ ଏବଂ ତାଙ୍କ ଭଣଜା ଶାଦାବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ମାମଲାରେ କନକପୁର ନିବାସୀ ଶୁଟର୍‌ ଦାନିଶ ସହିତ ଅନେକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସ ହତ୍ୟାକାରୀ ଗ୍ୟାଙ୍ଗର ମୁଖ୍ୟ ତଥା ଶୁଟର ଅବଦୁଲ ଜବ୍ବାର ଓ ଶାହାନୱାଜକୁ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡରେ ପୁଲିସ ନଜୀବାବାଦର ଉବ୍ବନୱାଲା ଗାଁର ଶୁଟର ଇକରାର, ଅଫଜାଲ, ଆସିଫ, ଅସଲମ ଏବଂ ଇରଶାଦକୁ ମଧ୍ୟ ଗିରଫ କରିଥିଲା।

- Advertisement -

ମଙ୍ଗଳବାର ମୁଖ୍ୟ ବିଚାର ବିଭାଗୀୟ କୋର୍ଟରେ ୩ ଅଭିଯୁକ୍ତଙ୍କୁ ହାଜର କରିବା ଲାଗି ପୁଲିସ ଆଣିଥିଲା। କିନ୍ତୁ ଅଭିଯୁକ୍ତମାନଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଶାର୍ପ ଶୁଟରମାନେ ଉପସ୍ଥିତ ଥିଲେ। ଅଭିଯୁକ୍ତମାନେ କୋର୍ଟକୁ ଆସିବା କ୍ଷଣି ଶାର୍ପ ଶୁଟରମାନେ ସେମାନଙ୍କୁ ଗୁଳି କରିଥିଲେ। ଶାର୍ପ ଶୁଟରମାନେ ପାଖାପାଖି ୨୦ ରାଉଣ୍ଡୁ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି କୋର୍ଟ ପରିସରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲେ। ଲୋକମାନେ ଭୟରେ ଏତେତେଣେ ଦୌଡ଼ିଥିଲେ। ଗୁଳିକାଣ୍ଡରେ ଅଭିଯୁକ୍ତ ଶହନୱାଜ ଏବଂ ଅବଦୁଲ ଜବ୍ବାରର ମୃତ୍ୟୁ ଘଟିଛି। ଅନ୍ୟତମ ଅଭିଯୁକ୍ତ ଦାନିଶର ମୃତ୍ୟୁ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories