www.samajalive.in
Sunday, December 14, 2025
19.1 C
Bhubaneswar

ଅଗ୍ନିଶମ କାର୍ଯ୍ୟାଳୟ ଫୋନ ଅଚଳ, ଜନସାଧାରଣ ହନ୍ତସନ୍ତ

ବେଗୁନିଆ : ଜନସାଧରଣଙ୍କୁ ୨୪ ଘଣ୍ଟିଆ ଜରୁରୀକାଳିନ ସେବା ଯୋଗାଇ ଦେବା ପାଇଁ ବେଗୁନିଆ ଅଗ୍ନିଶମ କାର୍ଯ୍ୟାଳୟକୁ ଜୋଗାଇ ଦିଆଯାଇଥିବା ଲ୍ୟାଣ୍ଡ ଫୋନଟି ଏବେ ଦୁଇ ମାସ ହେଲା ଅଚଳ ହୋଇ ପଡିଛି l ଫଳରେ ଲୋକମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ବିପଦରେ ପଡି କାର୍ଯ୍ୟାଳୟକୁ ଫୋନ କରି ନ ପାରିବା ଯୋଗୁଁ କେଉଁଭଳି ଅସୁବିଧାରେ ପଡୁଥିବେ ତାହା ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ନିଶ୍ଚୟ ମର୍ମେ ମର୍ମେ ଅନୁଭବ କରିପାରୁଥିବେ l ସମ୍ପୃକ୍ତ କାର୍ଯ୍ୟାଳୟର ଫୋନଟି ଖରାପ ଥିବା ଯୋଗୁଁ ଲୋକମାନେ ୧୦୧କୁ ଡାଏଲ କଲେ ତାହା କେତେବେଳେ ଖୋର୍ଦ୍ଧାରେ ଲାଗୁଛି ତ ପୁଣି କେତେବେଳେ ଅନ୍ୟ କେଉଁଆଡ଼େ ଲାଗିଯାଉଛି l ଯଦି ଖୋର୍ଦ୍ଧାରେ ଲାଗିଲା ତାହେଲେ ଖୋର୍ଦ୍ଧା ଅଗ୍ନିଶମ କାର୍ଯ୍ୟାଳୟରୁ ବେଗୁନିଆ ଅଗ୍ନିଶମ କାର୍ଯ୍ୟାଳୟରେ ଚାକିରି କରୁଥିବା କର୍ମଚାରୀ ମାନଙ୍କର ନିଜସ୍ୱ ମୋବାଇଲକୁ ଫୋନ କରି କେଉଁଠାରୁ କଲ ଆସିଥିଲା ବୋଲି ଜଣାଇଦେଉଛନ୍ତି l କର୍ମଚାରୀମାନେ ସେହି କଲ ପାଇ ସଂଗେସଂଗେ ମଧ୍ୟ ପହଞ୍ଚୁଛନ୍ତି।, ହେଲେ ସେତେବେଳକୁ ବିଳମ୍ବ ହୋଇଯାଉଛି। ରାସ୍ତାକlମ ଯୋଗୁଁ ଏବଂ ବିଭିନ୍ନ ସମୟରେ ପାଇପ ବିଛା ହେତୁ କେବୁଲ କଟିଯାଇ ସମ୍ପୃକ୍ତ କାର୍ଯ୍ୟାଳୟର ଫୋନ ଟି ଅଧିକାଂଶ ସମୟ ଖରାପ ରହୁଛି l କାର୍ଯ୍ୟାଳୟ ତରଫରୁ ବିଏସଏନଏଲ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଆକାରରେ ଜଣାଇଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି l ଏବେ ଖରାଦିନେ ବହୁତ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲୋକମାନେ ବିପଦରେ ପଡୁଥିଲେ ମଧ୍ୟ ଫୋନ ଟି ଖରାପ ଥିବା ଯୋଗୁଁ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି l ଲୋକମାନେ ମଧ୍ୟ ବିପଦରେ ପଡି ସର୍ବସ୍ବ ହରାଇ ନୀରବ ରହିବା ପାଇଁ ବାଧ୍ୟ ହେଉଛନ୍ତି l ଜରୁରୀକାଳିନ ସେବା ଯୋଗାଉ ଥିବା କାର୍ଯ୍ୟାଳୟର ବ୍ୟବସ୍ଥା ଯଦି ଏଭଳି ହେବ, ତେବେ ଲୋକେ କାହାକୁ ଫୋନ କରି ସାହାଯ୍ୟ ମାଗିବେ ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories