ପୂଜା ମଣ୍ଡପରେ ଅଗ୍ନିକାଣ୍ଡ: ୩ ମୃତ, ୬୪ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭଦୋହିସ୍ଥିତ ଏକ ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟିବାରୁ ଅଘଟଣ। ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟି ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୪ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୦ ଓ ୧୨ ବର୍ଷର ଦୁଇଜଣ ପିଲା ଓ ଜଣେ ୪୫ ବର୍ଷୀୟ ମହିଳାଙ୍କ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

prayash

ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ଭଦୋହୀରେ ଏକ ଦୁର୍ଗା ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବାଳକ (ଜଣେ ୧୦ ବର୍ଷର ଓ ଅନ୍ୟ ଜଣେ ୧୨ ବର୍ଷର) ଓ ଜଣେ ମହିଳା (୪୫ ବର୍ଷ) ଅଛନ୍ତି। ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା। ଆଉ ମଣ୍ଡପରେ ୩୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା। ହଠାତ ମଣ୍ଡପରେ ନିଆଁ ଲାଗି ଯାଇଥିଲା। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି ଘଟଣା ପରେ ଭଦୋହୀ ଜିଲାପାଳଙ୍କ ସମେତ ଜିଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭଦୋହୀ ଜିଲାପାଳ କହିଛନ୍ତି।

kalyan agarbati

Comments are closed.