ଅଭିନେତ୍ରୀ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ

ମୁମ୍ବଇ : ବଲିଉଡ଼୍ ଅଭିନେତ୍ରୀ ଫାତିମା ସାନା ଶେଖଙ୍କ ମୁମ୍ବଇ ସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ହୋଇଛି ।ମାତ୍ର ନିଆଁ ସେତେ ଅଧିକ ମାତ୍ରାରେ ବ୍ୟାପିନଥିବା ଜଣାପଡିଛି । ଏନେଇ ଗୁରୁବାର ରାତିରେ ଫାତିମା ତାଙ୍କର ସାମାଜିକ ଗଣମାଧ୍ୟମ ସାଇଟ୍ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

prayash

ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି,‘ ମୋ ଘରେ ନିଆଁ ଲାଗି ଯାଇଥିଲା। ମୁଁ ଡରି ଯାଇ ତୁରନ୍ତ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍ କରିଥିଲି ଏବଂ କିଛି ସମୟ ମଧ୍ୟରେ ଅଗ୍ନିଶମ କର୍ମଚାରୀମାନେ ଘରକୁ ଆସି ସ୍ଥିତି ସମ୍ଭାଳି ନେଇଥିଲେ।  ଏହାସହ ସେ ମୁମ୍ବଇ ଫାୟାର ବ୍ରିଗେଡକୁ ଧନ୍ୟବାଦ ଜଣାଇଛନ୍ତି ।

ଫାତିମାଙ୍କ ଅଭିନିତ ଚଳଚ୍ଚିତ୍ର ଲୁଡୋ ନିକଟରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। ଅନୁରାଗ ବାସୁଙ୍କ ନିର୍ଦେଶନାରେ ସିନେମାଟି ନିର୍ମିତ ହୋଇଥିବାବେଳେ ଏହାକୁ ଦର୍ଶକମାନେ ବେସ୍ ପସନ୍ଦ କରିଥିଲେ । ଏଥିରେ ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଅଭିଷେକ ବଚ୍ଚନ, ସାନ୍ୟା ମାଲହୋତ୍ରା, ଆଦିତ୍ୟ ରାୟ କପୁର ଏବଂ ଆଶା ନେଗିଙ୍କ ଭଳି କଳାକାର ଅଭିନୟ କରୁଥିବା ଦେଖାଯାଇଥିଲା ।

kalyan agarbati

Comments are closed.