www.samajalive.in
Saturday, December 6, 2025
17.1 C
Bhubaneswar

ଅଗ୍ନିକାଣ୍ଡରେ ୪ ବଖରା ଭସ୍ମୀଭୂତ, ଜଣେ ଆହତ

ଚାନ୍ଦବାଲି : ଭଦ୍ରକ ଜିଲା ବାଂଶଡ଼ା ଥାନା ଅନ୍ତର୍ଗତ ରାଜରାଜେଶ୍ୱରୀପଲ୍ଲୀରେ ଶନିବାର ରାତିରେ ଅଗ୍ନିକାଣ୍ଡରେ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇଟି ପରିବାରର ୪ ବଖରା ଭସ୍ମୀଭୂତ ହୋଇଯିବା ସହ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ନାଁ ନାଂଟୁ ମଣ୍ଡଳ।

ସୂଚନା ଅନୁସାରେ, ଚରଦିଆ ପଞ୍ଚାୟତର ରାଜ ରାଜରାଜେଶ୍ୱରୀପଲ୍ଲୀ ଗ୍ରାମର ପ୍ରବୀର ମଣ୍ଡଳ, ଗୋପାଳ ମଣ୍ଡଳ ଓ ନାଂଟୁ ମଣ୍ଡଳଙ୍କର ୪ ବଖରା ଘର ପୋଡି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଏହି ୩ପରିବାରର ୪ ବଖରା ଘର ପୋଡି ଯାଇଥିବା ବେଳେ କେହି ନିଜ ଘର ମଧ୍ୟରୁ କୌଣସି ଆସବାବପତ୍ର ବାହାର କରି ପାରି ନଥିଲେ। ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଅଣାୟତ ହୋଇ ଯାଇଥିଲା। ଚାନ୍ଦବାଲିରୁ ଅଗ୍ନିଶମ ବିଭାଗ ଆସି ଏହି ଗ୍ରାମରେ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ଘର ମଧ୍ୟରୁ କିଛି ସମ୍ପତ୍ତି ବାହାରକୁ ଅଣା ଯାଇ ପାରିନାହିଁ। ଏହି ପରିବାର ମଧ୍ୟରୁ ନାଂଟୁ ମଣ୍ଡଳ ନିଜ ଘର ମଧ୍ୟରୁ କିଛି ଆସବାବ ପତ୍ର ବାହାରକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କର ନିଆଁ ଧାପରେ ହାତ,ଗୋଡ ଏବଂ ପିଠି ପୋଡି ଯାଇଥିଲା। ତୁରନ୍ତ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯ।ଇଛି। ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି।

- Advertisement -

ଅପରପକ୍ଷରେ, ଚାନ୍ଦବାଲି ବ୍ଲକ କଂଗ୍ରେସ ସଭାପତି ଦିଗମ୍ବର ଦାସ, ଚରଦିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଣୁରାମ ଜେନା ରବିବାର ସେଠାରେ ପହଞ୍ଚି ସେମାନଙ୍କର ଖବର ବୁଝିଥିବା ବେଳେ ତୁରନ୍ତ ଏହି ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories